www.samajalive.in
Saturday, December 13, 2025
21.1 C
Bhubaneswar

ପାକିସ୍ତାନର ଏହି ସହରରେ ଅଧିକ ରୁହନ୍ତି ହିନ୍ଦୁ, ମୁସଲମାନ କରନ୍ତି ନାହିଁ ଗୋହତ୍ୟା

ଲାହୋର . – ପାକିସ୍ତାନର ଏପରି ଏକ ସହରେ ରହିଛି ଯେଉଁଠାରେ ବହୁ ସଂଖ୍ୟାରେ ହିନ୍ଦୁ ବସବାସ କରନ୍ତି । ଏହି ସହରର ନାମ ମୀଠି । ଥାରପାରକର ଦିଲାରେ ଏହି ମୀଠି ସହର ରହିଛି। କରାଚୀଠାରୁ ୨୭୮ କିଲୋମିଟର, ଲାହୋରଠାରୁ ୮୭୯ କିଲୋମିଟର ଦୂରରେ ଏହି ସହର ରହିଛି । ମରୁଭୂମିର ନିକଟରେ ଏହି ସହର ରହିଛି । ମୀଠି ୧୯୯୦ ମସିହାରେ ଖାରପାରକର ଜିଲାରେ ମିଶିଛି । ପୂର୍ବରୁ ଏହା ମୀରପୁରରେ ଥିଲା ।

photo courtesy – Dawn

ସବୁଠାରୁ ବଡ କଥା ହେଉଛି ଏହି ସହରରେ ହିନ୍ଦୁ ବହୁଳ । ଏଠାରେ କମ୍‌ ସଂଖ୍ୟାରେ ମୁସଲମାନ ରୁହନ୍ତି । ଏଠାରେ ୮୦ ପ୍ରତିଶତ ଲୋକ ହିନ୍ଦୁ । ଭାରତ ଓ ପାକିସ୍ତାନ ଗଠନ ହେବା ଦିନଠାରୁ ଏଠାରେ ହିନ୍ଦୁ ଓ ମୁସଲମାନ ଭାଇ ଓ ଭାଇ ହୋଇ ରୁହନ୍ତି । ଏହି ସହରରେ ଅପରାଧ ବି ବହୁତ କମ୍‌ ହୋଇଥାଏ । ଏଠାରେ ରାମଜାନ ସମୟରେ ହିନ୍ଦୁମାନେ ରୋଜା ରଖନ୍ତି । ମହରମ୍‌ରେ ହିନ୍ଦୁମାନେ ଶୋଭାଯାତ୍ରା କରିଥାଆନ୍ତି । ଏହା ସେମାନେ ସୁଫିବାଦରୁ ଶିକ୍ଷା କରିଥିବା କଥା କହିଛନ୍ତି । କେବଳ ସେତିକି ନୁହେଁ ହିନ୍ଦୁମାନଙ୍କର ସମ୍ମାନ କରି ମୁସଲମାନ୍‌ ଏଠାରେ ଗୋ ହତ୍ୟା କରନ୍ତି ନାହିଁ । ମହରମ୍‌ ସମୟରେ ବି ହିନ୍ଦୁମାନେ ବିବାହ କାର୍ଯ୍ୟ କରନ୍ତି ନାହିଁ ।

- Advertisement -
photo courtesy – Dawn

ରାମଜାନ ସମୟରେ ମୁସଲମାନଙ୍କୁ ହିନ୍ଦୁମାନେ ଖାଦ୍ୟ ଓ ପାନୀୟ ଯୋଗାଇ ଥାଆନ୍ତି । ଏହି ଦୁଇ ସମୁଦାୟ ଦୀପାବଳିକୁ ଏକାଠି ପାଳନ କରିଥାଆନ୍ତି । ମିଠା ଆଦାନ ପ୍ରଦାନ କରିବା ସହ ଏକାଠି ବାଣ ଫୁଟାଇ ଥାଆନ୍ତି । ଆଜି ଯାଏଁ ଏହି ସହରରେ ଧାର୍ମିକ ଅସହିଷ୍ଣୁତା ଦେଖା ଦେଇନାହିଁ। ସବୁଠାରୁ ବଡ କଥା ହେଉଛି ଏହା ଜିଲ୍ଲାର ସବୁଠାରୁ ବିକଶିତ ସହର ।

ମୂଳ ଖବର – ଡନ୍‌  ଖବର ସଂସ୍ଥା

ଅନୁବାଦ – ଜିତ୍‌ ପଟ୍ଟନାୟକ

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories