www.samajalive.in
Wednesday, December 10, 2025
26.1 C
Bhubaneswar

୧୦୦ କୋଟି କ୍ଲବ ଅଭିମୁଖେ ‘ସୁପର ୩୦’

ମୁମ୍ବଇ : ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ଦୁଇ ସପ୍ତାହ ହେଲା ବକ୍ସ ଅଫିସରେ ନିଜ ଯାଦୁ ବଜାୟ ରଖିଛି। ମୁକ୍ତିଲାଭର ମାତ୍ର ତିନି ଦିନରେ ୫୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଏହି ଚଳଚ୍ଚିତ୍ର ଦ୍ରୁତ ଗତିରେ ୧୦୦ କୋଟି କ୍ଲବ ଅଭିମୁଖେ ଆଗେଇ ଚାଲିଛି। ଶନିବାର ଚଳଚ୍ଚିତ୍ରର ଆୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଶୁକ୍ରବାର ଏହା ୪.୫୧ କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ୮.୫୩ କୋଟି ଟଙ୍କାର ବ୍ୟବସାୟ କରିଛି। ଏହାସହିତ ଭାରତୀୟ ବଜାରରେ ଚଳଚ୍ଚିତ୍ରର ମୋଟ୍‍ ଆୟ ୮୮.୯୦ କୋଟିରେ ପହଞ୍ଚିଛି।
ସୂଚନାଯୋଗ୍ୟ, ‘ସୁପର ୩୦’ ପାଟନାର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ। ବିକାଶ ବହଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ହ୍ରିତିକଙ୍କ ବ୍ୟତୀତ ମୃଣାଳ ଠାକୁର, ପଙ୍କଜ ତ୍ରିପାଠୀ ଓ ଅମିତ ସାଧ ପ୍ରମୁଖ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories