ନୂଆଦିଲ୍ଲୀ : ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଶତକଡ଼ା ୭ ଭାଗ ରହିବ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ(ଏଡିବି) କହିଛି । ଆର୍ଥିକ ନିଅଣ୍ଟ ଭିତ୍ତିକରି ଏଡିବି ଏଭଳି ପୂର୍ବାନୁମାନ କରିଛି । ୨୦୧୯ରେ ଭାରତ ଶତକଡ଼ା ୭ ଭାଗ ଓ ୨୦୨୦ରେ ଶତକଡ଼ା ୭.୨ ଭାଗ ଅଭିବୃଦ୍ଧି ହାସଲ କରିବାର ଆଶା କରାଯାଉଛି ବୋଲି ଏଡିବି କହିଛି ।
ତେବେ ଏଡିବି ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାରକୁ ଶତକଡ଼ା ୭ ଭାଗକୁ ହ୍ରାସ କରିଛି। ଯାହା ଗତ ଏପ୍ରିଲ୍ ମାସର ପୂର୍ବାନୁମାନ ତୁଳନାରେ ସାମାନ୍ୟ କମ୍ । ଏସୀୟ ଉନ୍ନୟନ ବ୍ୟାଙ୍କ ଆଉଟ୍ଲୁକ୍ ୨୦୧୯ ରିପୋର୍ଟରେ ଏହା ପ୍ରକାଶ ପାଇଛି । ପୂର୍ବରୁ ଗତ ଏପ୍ରିଲ୍ ମାସରେ ଏଡିବି ଭାରତର ଅଭିବୃଦ୍ଧି ହାର ଶତକଡ଼ା ୭.୬ ସ୍ଥାନରେ ଶତକଡ଼ା ୭.୨ ଭାଗ ହେବାର ପୂର୍ବାନୁମାନ କରିଥିଲା।



