www.samajalive.in
Friday, December 12, 2025
15.1 C
Bhubaneswar

ରାଜ୍ୟଗୋଷ୍ଠୀ ଟେବୁଲ୍‍ ଟେନିସ୍‍ ଚାମ୍ପିୟନସିପ୍‍ : ପ୍ରଥମ ମ୍ୟାଚରେ ଭାରତ ବିଜୟୀ

କଟକ : କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍‍ ଟେନିସ୍‍ ଚାମ୍ପିୟନସିପ୍‍ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବୁଧବାର ଏହି ପ୍ରତିଯୋଗିତାକୁ ଉଦ୍‍ଘାଟନ କରିଛନ୍ତି।
ଉଦ୍‍ଘାଟନ ପରେ ଅନୁଷ୍ଠିତ ଦଳଗତ ପୁରୁଷ ମ୍ୟାଚରେ ଭାରତ ୩-୦ ସେଟରେ ସ୍କଟଲ୍ୟାଣ୍ଡକୁ ପରାସ୍ତ କରିଛି । ସେହିପରି ଇଂଲଣ୍ଡ-ସାଇପ୍ରସକୁ ୩-୦, ନାଇଜେରିଆ-ବାଂଲାଦେଶକୁ ୩-୦ ଏବଂ ଅଷ୍ଟ୍ରେଲିଆ-ୱାଲେସ୍‍ କୁ ଦଳଗତ ପୁରୁଷ ମ୍ୟାଚରେ ୩-୦ ସେଟରେ ପରାସ୍ତ କରିଛି। ସେହିପରି ଦଳଗତ ମହିଳା ମ୍ୟାଚରେ ଭାରତ ୩-୦ ସେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।ସଙ୍ଗାପୁର-ସ୍କଟଲ୍ୟାଣ୍ଡକୁ ୩-୦,ଅଷ୍ଟ୍ରେଲିଆ-ସାଇପ୍ରସକୁ ୩-୦,ନାଇଜେରିଆ-ବାଂଲାଦେଶକୁ ୩-୦ସେଟରେ ପରାସ୍ତ କରିଛି।

ଏହି ପ୍ରତିଯୋଗିତାରେ ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ସାଇପ୍ରସ, ନାଇଜେରିଆ ପ୍ରଭୃତି ୧୨ଟି ଦେଶର ପ୍ରାୟ ୧୪୦ ଖେଳାଳି ଭାଗ ନେଇଛନ୍ତି । ଚମ୍ପିଆନ୍‍ସିପରେ ଭଲ ପ୍ରଦର୍ଶନ କରିବା ସହ ଅଧିକ ସ୍ୱର୍ଣ୍ଣପଦକ ହାସଲ ପାଇଁ ଆଶା ରଖିଛନ୍ତି ଭାରତୀୟ ଦଳର ଦୁଇ ଷ୍ଟାର ଖେଳାଳି ଶରଦ କମଲ ଓ ମାନିକା ବାତ୍ରା।
ଉଦ୍‍ଘାଟନ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‍ ମହାସଂଘର ଅଧ୍ୟକ୍ଷ ଆଲାନ ରାନସମ,ମହାସଂଘର ମହାସମ୍ପାଦକ ଚାନ୍‍ଫୁଙ୍ଗ କିଓଙ୍ଗ, ଭାରତୀୟ ଟେବୁଲ ଟେନିସ ମହାସଂଘର ଉପସଭାପତି ସଞ୍ଜୟ ସିଂହ, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନର ଉପସଭାପତିଙ୍କ ସମେତ ରାଜ୍ୟ ଯୁବବ୍ୟାପାର, କ୍ରୀଡ଼ା ବିଭାଗର ବହୁ ବରିଷ୍ଠ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଆସନ୍ତା ୨୨ ତାରିଖ ପର୍ୟ୍ୟନ୍ତ ଏହି ଚମ୍ପିଆନ୍‍ସିପ୍‍ ଅନୁଷ୍ଠିତ ହେବ। ଏହି ଚମ୍ପିଆନ୍‍ସିପ୍‍ ପାଇଁ ଇନଡୋର ଷ୍ଟାଡିୟମକୁ ଆକର୍ଷଣୀୟ ଢ଼ଙ୍ଗରେ ସଜାଯାଇଛି। ଷ୍ଟାଡିୟମ ତଥା ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ ୧୦ ପ୍ଲାଟୁନ ଫୋର୍ସ ଷ୍ଟାଡିୟମ ପରିସରରେ ମୁତୟନ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories