www.samajalive.in
Monday, December 8, 2025
13.1 C
Bhubaneswar

ଏସବୁ କର୍ମ ଯୋଗୁଁ ଜୀବନରେ ଆସିଥାଏ ର୍ଦୁଭାଗ୍ୟ

କେବେ କେବେ ଆମ ଭାଗ୍ୟ ବହୁତ ଭଲ ହୋଇଥାଏ । ଜାତକରେ ଗ୍ରହ ଏବଂ ଜୀବନରେ ଦଶା ମଧ୍ୟ ଅତି ଉତ୍ତମ ସ୍ଥାନରେ ରହିଥାନ୍ତି। କିନ୍ତୁ ତଥାପି ସମୟ ସହ ଭାଗ୍ୟ ସାଥ ଦେଇ ନଥାଏ । ହେବାକୁ ଯାଉଥିବା କୌଣସି କାର୍ୟ୍ୟ ହଠାତ୍ ଅଟକି ଯାଏ । ଆମ ଜୀବନ ସହ ଜଡିତ ଏ ସବୁ କାରଣ ପାଇଁ ର୍ଦୁଭାଗ୍ୟ ଆସିଥାଏ । ଆଉ ଏହି ର୍ଦୁଭାଗ୍ୟ ଆମେ ନିଜ ଅଜାଣତରେ ସୃଷ୍ଟି କରିଥାଉ । ଏସବୁରୁ ବର୍ତ୍ତିବା ପାଇଁ ହେଲେ କିଛି କାମ ଠାରୁ ଆମକୁ ଦୂରେଇ ରହିବାକୁ ପଡିବ ଏବଂ ଅନ୍ୟ କିଛି କାମ ସାବଧାନତା ସହ କରିବାକୁ ହେବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ କାର୍ୟ୍ୟ କରିବା ଦ୍ବାରା ଜୀବନରେ ର୍ଦୁଭାଗ୍ୟ ଆସିଥାଏ ।

ଖାଦ୍ୟ-ପାନୀୟ ଯୋଗୁଁ ଆସେ ର୍ଦୁଭାଗ୍ୟ

- Advertisement -

ବେଆଇନ କାରବାର ଲିପ୍ତ ଥିବା ବ୍ୟବସାୟୀଙ୍କ ଘରେ ଯଦି ଭୋଜନ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କ ସ୍ବାଭାବ ଓ ଅଭ୍ୟାସରେ ପରିବର୍ତ୍ତନ ଆସିଥାଏ ।

ଖରାପ ଚିନ୍ତାଧାରା ରଖୁଥିବା ବ୍ୟକ୍ତିଙ୍କ ଠାରୁ ଯଦି ଆପଣ ଖାଦ୍ୟ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କ ସମ୍ପର୍କ ବିଗିଡିବାର ସମ୍ଭାବନା ରହିଥାଏ ।

ଆପଣଙ୍କ ପାଇଁ ଖରାପ ଚିନ୍ତା କରୁଥିବା ବ୍ୟକ୍ତଙ୍କ ଠାରୁ ଭୋଜନ ଗ୍ରହଣ କଲେ, ସ୍ବାସ୍ଥ୍ୟାବସ୍ଥା ଖରାପ ହେବାର ଆଶଙ୍କା ରହିଥାଏ ।

ଯଦି କାହା ଠାରୁ ଜୋର କରି ବା ମାଗଣାରେ ଖାଦ୍ୟ ଖାଇଲେ, ଅର୍ଥ ଉର୍ପାଜନ ଓ ଧନ ଧୀରେ ଧୀରେ କମ୍ ହେବାରେ ଲାଗିଥାଏ ।

ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁ ମଙ୍ଗଳବାର କୌଣସି ଗରିବଙ୍କୁ ଭୋଜନ ଦିଅନ୍ତୁ ଏବଂ ପ୍ରତିଦିନ ସକାଳେ ଭଗବାନ ହନୁମାନଙ୍କୁ ତୁଳସୀ ଜଳ ଅର୍ପଣ କରନ୍ତୁ ।

ପୋଷକରୁ କିଭଳି ଆସେ ର୍ଦୁଭାଗ୍ୟ 

ଉତ୍ତମ ବସ୍ତ୍ର ଥାଇ ମଧ୍ୟ ଯଦି ଆପଣ ଖରାପ ବସ୍ତ୍ର ଧାରଣ କରୁଥାଆନ୍ତି, ତେବେ ଆପଣଙ୍କ ଜୀବନରେ ର୍ଦୁଭାଗ୍ୟ ଆସିଥାଏ ।

ଯଦି ଆପଣ ଜାଣି ଜାଣି ଅନ୍ୟକୁ ନିଜର ଖରାପ ବସ୍ତ୍ର ଦାନ ଦିଅନ୍ତି ତେବେ ଆପଣଙ୍କ ଜୀବନରେ ଦୁର୍ଭାଗ୍ୟ ଆସିଥାଏ । ଏହା ଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଥାଏ ।

ପୋଷାକଜନିତ ର୍ଦୁଭାଗ୍ୟରୁ ବର୍ତ୍ତିବା ପାଇଁ ପରିଷ୍କାର ଓ ଉତ୍ତମ ବସ୍ତ୍ର ଧାରଣ କରନ୍ତୁ । ମଙ୍ଗଳବାର ଭଗବାନ ହନୁମାନଙ୍କୁ ଲାଲ ବସ୍ତ୍ର ଅର୍ପଣ କରନ୍ତୁ । ଭୁଲରେ ବି କାହାକୁ ଖରାପ ପୋଷାକ ଦିଅନ୍ତୁ ନାହିଁ ।

ମାଗଣାରେ ନେଇଥିବା ବସ୍ତୁ ବା ସେବା ଦ୍ବାରା ଆସିଥାଏ ର୍ଦୁଭାଗ୍ୟ

ଯଦି ଆପଣ କାହାଠାରୁ ମାଗଣାରେ ପୋଷାକ, ଖାଦ୍ୟ ଓ ପାନୀୟ ଏବଂ  ବିନା ପାରିଶ୍ରମିକରେ ସେବା ନେଉଛନ୍ତି, ତାହାଲେ ଆଜାଣତରେ ଆପଣ ନିଜ ଭାଗ୍ୟ ସେହି ବ୍ୟକ୍ତିଙ୍କୁ ଦେଉଛନ୍ତି । ସେହିପରି ସେହି ବ୍ୟକ୍ତିର ର୍ଦୁଭାଗ୍ୟ ଆପଣଙ୍କ ଜୀବନକୁ ଚାଲି ଆସିଥାଏ ।

ଯଦି ଆପଣ ଏଭଳି କିଛି ଜିନିଷ ବା ସେବା ନେଉଛନ୍ତି ତେବେ ପ୍ରାପ୍ୟ ଅନୁଯାୟୀ ମୂଲ୍ୟ ଦିଅନ୍ତୁ । ଯଦି ଭୁଲ ବଶତଃ ଆପଣଙ୍କ ଦ୍ବାରା ଏଭଳି କାର୍ଯ୍ୟ ହୋଇ ସାରିଛି ତେବେ କୌଣସି ନିର୍ଧନ ବ୍ୟକ୍ତକୁ ଆପଣ ଅନ୍ନ ଓ ଧନ ଦାନ କରନ୍ତୁ । ଏହା ଦ୍ବାରା ଆପଣଙ୍କ ର୍ଦୁଭାଗ୍ୟ ନଷ୍ଟ ହେବ ।

ଜାଣନ୍ତୁ ଭ୍ରୂଣ ହତ୍ୟା ଓ ସ୍ତ୍ରୀ କୁ ଅପମାନ କରିବା ଦ୍ବାରା କିପରି ଆସେ ର୍ଦୁଭାଗ୍ୟ
ଯଦି ଆପଣ ଭ୍ରୂଣ ହତ୍ୟା କରୁଛନ୍ତି ବା କରାଉଛନ୍ତି ଏବଂ କୌଣସି ସ୍ତ୍ରୀ ସହ ଦୁର୍ବ୍ୟବହାର କରୁଛନ୍ତି ତେବେ ସେହି ମୁହୂର୍ତ୍ତରୁ ହିଁ ଆପଣଙ୍କ ଜୀବନରେ ର୍ଦୁଭାଗ୍ୟ ଆରମ୍ଭ ହୋଇଯିବ । ଆପଣଙ୍କ ବଂଶ ବୃଦ୍ଧି ଏବଂ ଉନ୍ନତିରେ ସମସ୍ୟା ନିଶ୍ଚିତ ସୃଷ୍ଟି ହେବ ।

ଯେଉଁ ପର୍ଯ୍ୟନ୍ତ ଜୀବନ-ମରଣକୁ ନେଇ ପ୍ରଶ୍ନ ଉଠିଛି ସେଯାଏଁ ଗର୍ଭପାତ କରନ୍ତୁ ବା କରାନ୍ତୁ ନାହିଁ ଏବଂ ଆବଶ୍ୟକୀୟ ନ ଥିଲେ କୌଣସି ସ୍ତ୍ରୀ ସହ କଠୋର ବ୍ୟବହାର କରନ୍ତୁ ନାହିଁ ।

ଯଦି ଆପଣ ଭ୍ରୂଣ ହତ୍ୟା କରିଛନ୍ତି ତେବେ ବହୁତ ଗୁଡିଏ ବର ଓ ଅଶ୍ବତ୍ଥ ବୃକ୍ଷ ଲଗାନ୍ତୁ । ନିତ୍ୟ ପ୍ରାତଃରେ ଗଜେନ୍ଦ୍ର ମୋକ୍ଷ ପାଠ କରନ୍ତୁ । ଯେଉଁ ସ୍ତ୍ରୀ ସହ ଖରାପ ବ୍ୟବହାର କରିଛନ୍ତି ତାଙ୍କୁ କ୍ଷମା ପ୍ରାର୍ଥନା କରିବା ଉତ୍ତମ ହେବ ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories