www.samajalive.in
Sunday, December 7, 2025
16.1 C
Bhubaneswar

ବନ୍ୟା ବିତ୍ପାତ: ବିହାରରେ ୪ ଓ ଆସାମରେ ୧୧ ମୃତ, ୪୪ ଲକ୍ଷ ପ୍ରଭାବିତ

ନୂଆଦିଲ୍ଲୀ: ବିହାର ଏବଂ ଆସାମରେ ବିନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ବନ୍ୟା ଯୋଗୁ ଉଭୟ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

ବନ୍ୟା ଯୋଗୁ ବିହାରରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆସାମରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ପାଖାପାଖି ୧୮ ଲକ୍ଷ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଉଚ୍ଚସ୍ତରୀୟ ବୈଠକ ଡକାଇ ବନ୍ୟା ମୁକାବିଲା ପାଇଁ ପଦକ୍ଷେପ ନେବା ଲାଗି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ଜିଲାରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ତ୍ଵରାନ୍ବିତ କରିବା ଲାଗି କହିଛନ୍ତି। ବୈଠକରେ ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ ଝା, ମୁଖ୍ୟ ସଚିବ ଦୀପକ କୁମାର, ଉନ୍ନୟନ କମିଶନର ସୁଭାଷ ଶର୍ମା ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଗାମୀ ୪ଦିନ ମଧ୍ୟରେ ଅନେକ ସ୍ଥାନରେ ଝଡ଼ତୋଫାନ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ରାଜ୍ୟର ଦରଭଙ୍ଗା, ମଧୁବନୀ, ସୀତାମଢ଼ି, ମୋତିହାରୀ ଏବଂ ଶିବହର, ସୁପୌଲ, ମୁଜଫରପୁର ଜିଲା ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଅରରିୟାରେ ଦୁଇଜଣ, ଶବହର ଏବଂ କିଶନଗଞ୍ଜରେ ଜଣେ ଲେଖାଏ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସୀତାମଢ଼ିରେ ୧୧ଲକ୍ଷ ଏବଂ ଅରରୀୟାରେ ୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏନଡିଆରଏଫ ଏବଂ ଏସଡିଆରଏଫର ୧୨ ଟିମ୍‌ ଉଦ୍ଧାର କାର୍ଯ୍ୟ ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

- Advertisement -

ସେହିପରି ଆସାମରେ ବନ୍ୟା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୨୮ ଜିଲାର ପାଖାପାଖି ୨୬ ଲକ୍ଷ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ବାଡ଼ପେଟ ଜିଲାରେ ସର୍ବାଧିକ ୭ଲକ୍ଷ ୩୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବାରୁ ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଫଳରେ ପରିସ୍ଥିତି ଅଧିକ ଭୟଙ୍କର ହେବ ବୋଲି ଆଶଙ୍କା ରହିଛି।

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories