www.samajalive.in
Friday, December 12, 2025
23.1 C
Bhubaneswar

ଦେଖନ୍ତୁ, ବୁଢୀ ହେଲେ କିପରି ଦେଖାଯିବେ ସୋନମ!

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ସୋନମ କପୁର ନିଜର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଯେଉଁଥିରେ ସେ ବୟସ୍କା ଦେଖାଯାଉଛନ୍ତି। ସୋନମଙ୍କ ଏହି ଫଟୋ ସହ କ୍ୟାପ୍ସନରେ ଲେଖା ଅଛି ‘‘ଦେଖ, ଯେବେ ସେ ୭୫-୮୦ ବର୍ଷର ହୋଇଯିବେ ସେତେବେଳେ ଏହିପରି ଦେଖାଯିବେ। କିନ୍ତୁ ସେ ବହୁତ ସୁନ୍ଦର, ବାସ୍ତବରେ ସେ ସର୍ବଦା ସୌନ୍ଦର୍ଯ୍ୟର ରାଣୀ ହୋଇ ରହିବେ’’।
ସୂଚନାଯୋଗ୍ୟ, ସୋନମଙ୍କର ଜଣେ ପ୍ରଶଂସକ ଫଟୋସପ୍ କାମ କରି ସାମାଜିକ ଗଣମାଧ୍ୟମରେ ତାଙ୍କର ଏହି ଫଟୋ ଶେୟାର କରିଥିଲେ। ସୋନମ୍ ୭୫-୮୦ ବର୍ଷର ବୃଦ୍ଧା ହେବା ପରେ କିଭଳି ଦେଖାଯିବେ ତାହାକୁ ନେଇ ପ୍ରଶଂସକ ଏହି ଫଟୋ ଶେୟାର କରିଥିଲେ। ଏହା ସୋନମଙ୍କୁ ବହୁତ ଭଲ ଲାଗିଥିଲା। ତେଣୁ ସେ ମଧ୍ୟ ଏହାକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିବାକୁ ପଛଘୁଞ୍ଚା ଦେଇନଥିଲେ। ବୁଢ଼ୀ ହେଲେ ମଧ୍ୟ ସୋନମଙ୍କ ସୌନ୍ଦର୍ୟ୍ୟତା ବଜାୟ ରହିଥିବ ବୋଲି ପ୍ରଶଂସକଜଣକ ଅଭିହିତ କରିଛନ୍ତି।

Hot this week

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

Related Articles

Popular Categories