www.samajalive.in
Tuesday, December 9, 2025
17.1 C
Bhubaneswar

ମହିଳାଙ୍କ ଅସ୍ତ୍ରୋପଚାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ

କୋଟଗଡ : କନ୍ଧମାଳ ଜିଲା ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବେଳର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି।

ସୂଚନା ଅନୁସାରେ, ଗୁରୁବାର ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳା ବନ୍ଧ୍ୟାକରଣ ଶିବିର ଅନୁଷ୍ଠିତ ହୋଇଥିଲା। ସେଥିରେ କୋଟଗଡ଼ ଅଞ୍ଚଳରୁ ୧୨ଜଣ ମହିଳା ଓ ତୁମୁଡିବନ୍ଧ ଅଞ୍ଚଳର ୧୦ଜଣ ମହିଳାଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଏକ ହ୍ୱାଟ୍ସଅପ୍ ଗ୍ରୁପରେ ଜଣେ ମହିଳାଙ୍କ ବନ୍ଧ୍ୟାକରଣ ବେଳର ଗୁପ୍ତ ଫଟୋକୁ ଉଠାଇ ଗ୍ରୁପରେ ଅପଲୋଡ କରିଥିଲେ ତୁମୁଡିବନ୍ଧ ବିପିଏମ୍ ଶ୍ୟାମ ସାହୁ। ଫଳରେ କୌଣସି ପ୍ରକାରେ ଉକ୍ତ ଫଟୋଟି ଲୋକଲୋଚନକୁ ଆସିଯାଇଥିଲା ଏବଂ ସେହି ଫଟୋକୁ ନେଇ ସମ୍ପୃକ୍ତ ମହିଳାମାନଙ୍କ ପରିଜନ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଏଭଳି ମହିଳାଙ୍କ ଗୁପ୍ତ ଅସ୍ତ୍ରୋପଚାରର ଫଟୋକୁ କିଭଳି ଓ କେଉଁ କାରଣ ପାଇଁ ଉଠାଯାଇଥିଲା ଓ ଗ୍ରୁପରେ ଭାଇରଲ ପଛର କାରଣ କଣ? ବୋଲି ସାଧାରଣରେ ଅଭିଯୋଗ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories