www.samajalive.in
Monday, December 8, 2025
24.1 C
Bhubaneswar

ନିଜ ଦଳକୁ କଟାକ୍ଷ କଲେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ନିଜ ଦଳକୁ କଟାକ୍ଷ କରିଛନ୍ତି। ଟ୍ବିଟ୍‌ କରି ସେ କହିଛନ୍ତି, ଗୋଆ ଏବଂ କାଶ୍ମୀରକୁ ଦେଖିବା ପରେ ମୋତେ ଲାଗୁଛି ଯେ, ଯଦି ଆମେ ସମସ୍ତେ ଗୋଟିଏ ଦଳ ବିଜେପି ସହିତ ରହିଯିବା, ତା’ହେଲେ ଦେଶର ଗଣତନ୍ତ୍ର ଦୁର୍ବଳ ହୋଇଯିବ। ସେ ଏହାର ଉପାୟ ଦର୍ଶାଇ ଲେଖିଛନ୍ତି, ବିରୋଧୀ ଇଟାଲୀୟ ଏବଂ ତାଙ୍କ ସନ୍ତାନଙ୍କୁ ଦଳରୁ ହଟାଇ ଦିଆଯାଉ। ଏହା ପରେ ମମତା କଂଗ୍ରେସର ଅଧ୍ୟକ୍ଷ ହୁଅନ୍ତୁ। ଏନସିପିକୁ ବି କଂଗ୍ରେସରେ ବିଲୟ କରିଦେବା ଉଚିତ।

ବର୍ତ୍ତମାନ କର୍ଣ୍ଣାଟକ ଏବଂ ଗୋଆରେ ରାଜନୀତି ଚରମ ସୀମାରେ ପହଞ୍ଚିଥିବାବେଳେ ସୁବ୍ରମଣ୍ୟମ ସ୍ବାମୀଙ୍କ ଏପରି କଟାକ୍ଷ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି। କର୍ଣ୍ଣାଟକରେ ବିଧାୟକମାନଙ୍କ ଇସ୍ତଫା ପରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ହ୍ରାସ ପାଇଛି। ଫଳରେ ସରକାର ସଙ୍କଟରେ ପଡ଼ିଛି। ସେପଟେ ଗୋଆରେ କଂଗ୍ରେସର ୧୦ ବିଧାୟକ ଦଳ ଛାଡ଼ି ଭାଜପାରେ ସାମିଲ ହୋଇଯାଇଛନ୍ତି। ଆଗାମୀ ଦିନରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବି ଏହି ଟ୍ରେଣ୍ଡ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories