www.samajalive.in
Wednesday, December 10, 2025
16.1 C
Bhubaneswar

ଆରଟିଆଇ କର୍ମୀଙ୍କୁ ହତ୍ୟା ମାମଲା: ପୂର୍ବତନ ସାଂସଦଙ୍କ ସହ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ : ସିବିଆଇ ସ୍ବତନ୍ତ୍ର ଅଦାଲତ ଗୁରୁବାର ଆରଟିଆଇ କର୍ମୀ ଅମିତ ଜେଠୱାଙ୍କ ହତ୍ୟା ମାମଲାରେ ବିଜେପିର ପୂର୍ବତନ ସାଂସଦ ଦିନୁ ସୋଲାଙ୍କିଙ୍କ ସମେତ ଅନ୍ୟ ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ ମୋଟ ୫୯,୨୫,୦୦୦ ଟଙ୍କାର ଜୋରିମାନା କରାଯାଇଛି। ସ୍ବତନ୍ତ୍ର ବିଚାରପତି କେ. ଏମ. ଡାଭେ ଶନିବାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ଅନ୍ୟ ଦୋଷୀମାନେ ହେଲେ ସୋଲାଙ୍କିଙ୍କ ପୁତୁରା ଶିବ ସୋଲାଙ୍କି, ସଞ୍ଜୟ ଚୌହାଣ, ଶୈଳେଶ ପାଣ୍ଡେ, ପାଚନ ଦେଶାଇ, ଉଦଜୀ ଠାକୁର ଏବଂ ପୁଲିସ କନଷ୍ଟେବଳ ବାହାଦୁର ସିଂହ ଭାଦେର। ଦୋଷୀଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ହତ୍ୟା, ପ୍ରମାଣ ନଷ୍ଟ, ଅପରାଧ ଷଡ଼ଯନ୍ତ୍ର ଏବଂ ସଶସ୍ତ୍ର ଆଇନ ଧାରା ୨୫(୧)ରେ ବେଆଇନ ଅସ୍ତ୍ର ରଖିବା ଅଭିଯୋଗ ପ୍ରମାଣ ହୋଇଛି। ଏହି ମାମଲାରେ ନୀରବ ରହିଥିବା ସମସ୍ତ ୧୦୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଆରମ୍ଭ କରିବାକୁ ମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦେଶ ଅନୁସାରେ ଜୋରିମାନା ବାବଦ ଅର୍ଥରୁ ୧୧ ଲକ୍ଷ ଟଙ୍କା ମୃତ ଜେଠୱାଙ୍କ ପରିବାରକୁ ସହାୟତା ଆକାରରେ ପ୍ରଦାନ କରାଯିବ। ଜେଠୱାଙ୍କ ପତ୍ନୀଙ୍କ ନାମରେ ୫ ଲକ୍ଷ ଟଙ୍କା ସ୍ଥାୟୀ ଜମା କରାଯିବ ଏବଂ ତାଙ୍କର ଦୁଇ ପୁଅଙ୍କୁ ତିନି ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।
ସୋଲାଙ୍କି ଗିର ଜଙ୍ଗଲରେ ବେଆଇନ ଖଣି କାରବାର କରୁଥିବା ନେଇ ପ୍ରମାଣ ପ୍ରକାଶ କରିଥିବା ଜେଠୱାଙ୍କୁ ଗୁଜରାଟ ହାଇକୋର୍ଟ ବାହାରେ ୨୦୧୦ ଜୁଲାଇ ୨୦ରେ ଗୁଳିକରି ହତ୍ୟା କରାଯାଇଥିଲା। ଅହମଦାବାଦ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ସୋଲାଙ୍କିଙ୍କୁ କ୍ଲିନଚିଟ ଦେଇଥିଲା। ମାମଲାର ୧୯୫ ଜଣ ସାକ୍ଷୀଙ୍କ ମଧ୍ୟରୁ ୧୦୫ ଜଣ ନିରବ ରହିଥିଲେ। ହାଇକୋର୍ଟର ସାନି ଶୁଣାଣି ଆବେଦନ ଉପରେ ବିଚାର କରି ୨୬ ଜଣ ସାକ୍ଷୀଙ୍କ ସାକ୍ଷ ଗ୍ରହଣ କରିବାକୁ ସ୍ବତନ୍ତ୍ର କୋର୍ଟଙ୍କୁ ନିର୍ଦେଶ ଦେଇଥିଲେ। ହାଇକୋର୍ଟ ଏହି ଶୁଣାଣି ନିମନ୍ତେ ସ୍ବତନ୍ତ୍ର ବିଚାରପତି ଦିନେଶ ଏଲ. ପଟେଲଙ୍କ ସ୍ଥାନରେ ବିଚାରପତି ଡାଭେଙ୍କୁ ନିଯୁକ୍ତ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories