www.samajalive.in
Wednesday, December 10, 2025
16.1 C
Bhubaneswar

ଝିଅକୁ ହତ୍ୟା କରିବାକୁ ଚାହୁଁଛନ୍ତି ବିଜେପି ବିଧାୟକ, ସୋସିଆଲ ମିଡିଆରେ ସହାୟତା ମାଗିଲେ ପୀଡ଼ିତା

ଲକ୍ଷ୍ନୌ: ଝିଅ ଦଳିତ ଯୁବକଙ୍କୁ ବିବାହ କରିବାରୁ ତା’କୁ ହତ୍ୟା କରିବାକୁ ଚାହୁଁଛନ୍ତି ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକ। ବିଧାୟକଙ୍କ ଝିଅ ଏହି ଅଭିଯୋଗ ଆଣିବା ସହିତ ପୁଲିସର ସୁରକ୍ଷା ଲୋଡ଼ିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଜୀବନ ପ୍ରତି ତାଙ୍କ ବାପାଙ୍କଠାରୁ ବିପଦ ରହିଥିବା ସେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ବରେଲି ଜିଲାର ବିଠାରି ଚୈନପୁର ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ହେଉଛନ୍ତି ସାକ୍ଷୀ। ତାଙ୍କ ଅଭିଯୋଗ ଅନୁସାରେ, ସେ ଅଜିତେଶ କୁମାର ନାମକ ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି। ଏହା ଜାଣିବା ପରେ ତାଙ୍କ ବାପା ତାଙ୍କୁ ଏବଂ ଅଜିତେଶଙ୍କୁ ହତ୍ୟା କରିବା ଲାଗି ଗୁଣ୍ଡା ପଠାଇଛନ୍ତି। ସେ ଭିଡିଓରେ ତାଙ୍କ ବାପାଙ୍କୁ ନିବେଦନ କରି କହିଛନ୍ତି, ଆମକୁ ଶାନ୍ତିରେ ବଞ୍ଚିବାକୁ ଦିଅ। ଅଜିତେଶ ଏବଂ ତାଙ୍କ ପରିବାରକୁ ହଇରାଣ କରନାହିଁ। ମୁଁ ମୋ ଇଚ୍ଛା ଅନୁସାରେ ବିବାହ କରିଛି। କିନ୍ତୁ ମୋ ବାପା ଆମକୁ ହତ୍ୟା କରିବାକୁ ଗୁଣ୍ଡା ପଠାଇଛନ୍ତି। ସେମାନେ ଆମକୁ ପିଛା କରୁଛନ୍ତି। ମୁଁ ସେମାନଙ୍କଠାରୁ ଜୀବନ ବଞ୍ଚାଇ ବଞ୍ଚାଇ ଥକିଗଲିଣି। ମୁଁ ପୁଲିସ ସୁରକ୍ଷା ଚାହୁଁଛି। ଭିଡିଓରେ ସାକ୍ଷୀଙ୍କ ପାଖରେ ଅଜିତେଶ ବସିଥିବା ଦେଖିବାକୁ ମିଳିଛି। ଦଳିତ ଯୁବକଙ୍କ ବିବାହ କରିଥିବାରୁ ବାପାଙ୍କ ସମ୍ମାନ ପାଇଁ ସେ ଆମକୁ ହତ୍ୟା କରିବାକୁ ଚାହୁଁଛନ୍ତି। ମୋ ଜୀବନ ପ୍ରତି ମୋ ବାପା, ଭାଇ, ସେମାନଙ୍କ ସହଯୋଗୀଙ୍କଠାରୁ ବିପଦ ରହିଛି ବୋଲି ସାକ୍ଷୀ ଭିଡିଓରେ କହିଛନ୍ତି।

- Advertisement -

ଏ ସମ୍ପର୍କରେ ଡିଆଇଜି ଆର.କେ. ପାଣ୍ଡେ କହିଛନ୍ତି, ମୁଁ ଏହି ଭିଡିଓ ସମ୍ପର୍କରେ ଖବର ପାଇଛି। ସେହି ଝିଅ ଏବଂ ତା’ର ସ୍ବାମୀଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ଏସପିଙ୍କୁ କହିଛି। କିନ୍ତୁ ପୁଲିସ ସେମାନଙ୍କ ଠିକଣା ଜାଣି ନ ଥିବାରୁ କିଛି ସମସ୍ୟା ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories