ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ରେଞ୍ଜରେ ମଲଦାମୁଣ୍ଡା ସାହିରେ ବୁଧବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ନାବାଳିକାଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ନାବାଳିକା ଜଣଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ଗତ ୩ ଦିନ ହେବ ଚମ୍ପୁଆ ରେଞ୍ଜରେ କିଛି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଥିଲା। ଘର ଭାଙ୍ଗିବା ସହ ସେମାନେ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଜଣାଇ ଏହାର ପ୍ରତିକାର ପାଇଁ କହିଥିଲେ। ମାତ୍ର ରାତି ସମୟରେ ମଲଦାମୁଣ୍ଡା ସାହିରେ ଏକ ଘରେ ପଶି ଶୋଇଥିବା ଅବସ୍ଥାରେ ନାବାଳିକା ଜଣଙ୍କୁ ହୀତୀ ଦଳି ଦେଇଥିବା ଜଣାପଡ଼ିଛି।

Comments are closed.