www.samajalive.in
Saturday, December 13, 2025
21.1 C
Bhubaneswar

ନଦୀ ଜଳ ବିବାଦ ସଂଶୋଧିତ ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ : ଆନ୍ତରାଜ୍ୟ ନଦୀ ଜଳ ବଣ୍ଟନ ନେଇ ବିଭିନ୍ନ ଟ୍ରାଇବୁନାଲରେ ଗଢୁଥିବା ମାମଲାକୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ଶୁଣାଣି କରି ରାୟ ପ୍ରଦାନ କରିବା ଦିଗରେ କେନ୍ଦ୍ର ସରକାର ବୁଧବାର କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଆନ୍ତରାଜ୍ୟ ନଦୀଦଳ ବିବାଦ (ସଂଶୋଧନ) ବିଲ୍‌ ୨୦୧୯କୁ ଅନୁମୋଦନ କରାଯାଇଛି। ଆନ୍ତରାଜ୍ୟ ନଦୀ ଜଳ ବିବାଦ ଆଇନ ୧୯୫୬ରେ ସଂଶୋଧନ କରି ଏକକ ନଦୀ ଜଳ ବିବାଦ ଟ୍ରାଇବୁନାଲ ଗଠନ କରିବାକୁ ଏହି ନୂତନ ବିଲ୍‌ରେ ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ; ଏହି ନୂତନ ବିଲ୍‌ରେ ଏକାଧିକ
ଟ୍ରାଇବୁନାଲ ପରିବର୍ତ୍ତେ ଏକକ ଟ୍ରାଇବୁନାଲ ଜରିଆରେ ବିଭିନ୍ନ ବେଞ୍ଚ ଗଠନ କରି ମାମଲାର ତ୍ବରିତ ଶୁଣାଣି କରିବା ବ୍ୟବସ୍ଥା ହୋଇଛି।
ପୁରୁଣା ବ୍ୟବସ୍ଥାରେ ରାଜ୍ୟ-ରାଜ୍ୟ ମଧ୍ୟରେ ନଦୀ ଜଳ ଆବଣ୍ଟନକୁ ନେଇ ବିବାଦ ଦଶନ୍ଧି ଦଶନ୍ଧି ଧରି ବିଚାର ନହୋଇ ପଡି ରହୁଥିବାବେଳେ ଏଥିରେ ପରିବର୍ତ୍ତନ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ମାମଲା ଗୁଡିକର ସମାଧାନ କରାଯିବା ନେଇ ନୂତନ ବିଲ୍‌ରେ ପ୍ରାବଧାନ ରହିଛି। ଟ୍ରାଇବୁନାଲକୁ ଅଧିକ ପ୍ରଭାବୀ କରି ନଦୀ ଜଳ ବିବାଦ ଗୁଡିକର ତୁରନ୍ତ ଶୁଣାଣି କରିବା ଦିଗରେ ପ୍ରତିଷ୍ଠାନର ଆମୂଳଚୁଳ ପରିବର୍ତ୍ତନ ଲାଗି ବିଲ୍‌ରେ ଉଲ୍ଲେଖ ରହିଛି। ଏହି ନୂତନ ବିଲ୍‌କୁ ଖୁବ୍‌ଶୀଘ୍ର ସଂସରେ ଆଗତ କରାଯାଇ ଗୃହୀତ କରାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବାରୋପ କରିଛନ୍ତି।
ଏକକ ଟ୍ରାଇବୁନାଲ ଗଠନ ଦ୍ବାରା ସମସ୍ୟା ସମାଧାନ ଲାଗି ଅଧିକ ବିଳମ୍ବ ଘଟିବନି। କୌଣସି ରାଜ୍ୟ ଆପତ୍ତି ଦର୍ଶାଇଲେ ତାହା ଏକକ ଟ୍ରାଇବୁନାଲ ଅଧୀନକୁ ଆସି ବିଚାର ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ମଧ୍ୟ ବିଭିନ୍ନ ମାମଲାରେ ବାରମ୍ବାର ଟ୍ରାଇବୁନାଲ ଗଠନ କରିବାକୁ ପଡିବନି।
ସୂଚନାଯୋଗ୍ୟ, କାବେରୀ ଜଳ ବିବାଦ ନେଇ କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ମଧ୍ୟରେ ବିବାଦ ଦଶନ୍ଧି ଚାଲିବା ପରେ ରାୟ ଆସିଥିଲା। ସେହିଭଳି ଓଡ଼ିଶା-ଆନ୍ଧ୍ରପ୍ରଦେଶ-ଛତିଶଗଡ଼ ମଧ୍ୟରେ ପୋଲାଭରମ୍‌ ଓ ବଂଶଧାରାକୁ ନେଇ ବିବାଦ ରହିଥିବାବେଳେ ମହାନଦୀ ପ୍ରସଙ୍ଗରେ ଓଡ଼ିଶା-ଛତିଶଗଡ଼ ପରସ୍ପର ଟ୍ରାଇବୁନାଲରେ ଲଢୁଛନ୍ତି। ତେବେ ପୂର୍ବ ବ୍ୟବସ୍ଥାରେ ମାମଲାର ତ୍ବରିତ ଶୁଣାଣି ଓ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ରାୟ ପ୍ରକାଶ ସୁବିଧା ନ ଥିବାରୁ ୧୯୫୬ ଆଇନରେ ସଂଶୋଧନ ଲାଗି ନୂତନ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି।
ପ୍ରକାଶଥାଉକି, ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକାଧିକ ଟ୍ରାଇବୁନାଲ ପରିବର୍ତ୍ତେ ଏକକ ଟ୍ରାଇବୁନାଲ ଗଠନ କରିବା ସହ ମାମଲା ଗୁଡିକର ନିର୍ଦ୍ଧାରିତ ସମୟ ସୀମା ଭିତରେ ଫଇସଲା କରିବାକୁ ଯୁକ୍ତି ବାଢିଥିଲେ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories