କଚ୍ଛରେ ଟ୍ରକ୍‌- ଜିପ୍‌ ଧକ୍କା, ୫ ମୃତ

0

ଗାନ୍ଧିନଗର : ଗୁଜରାଟର କଚ୍ଛ ଜିଲାରେ ଏକ ଟ୍ରକ୍‌ ସହ ଜିପ୍‌ ମୁହାଁମୁହିଁ ଧକ୍କା ହେବାରେ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଅଂଜର ତାଲୁକ ଅଧୀନ ଖେଦୋଇ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରେ ଜିପ୍‌ରେ ଥିବା ୫ ଜଣ ପ୍ରାଣ ହରାଇଥିଲେ । ୩ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଓ ଆହତଙ୍କ ପରିଚୟ ମିଳିପାରିନାହିଁ । ସେମାନଙ୍କ ଚିହ୍ନଟ ପାଇଁ ପୁଲିସ୍‌ ପ୍ରୟାସ ଆରମ୍ଭ କରିଛି । ଟ୍ରକ୍‌ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି ।

Leave A Reply