www.samajalive.in
Friday, December 12, 2025
23.1 C
Bhubaneswar

ଗାନ୍ଧୀ ଜୟନ୍ତୀରେ ୧୫୦କିମି ପଦଯାତ୍ରା ଆୟୋଜନ କରିବେ ବିଜେପି ସାଂସଦ

ନୂୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜେପିର ସମସ୍ତ ସାଂସଦ ୧୫୦ କିଲୋମିଟର ପଦଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାଂସଦମାନେ ଅକ୍ଟୋବର ୨ରୁ ଅକ୍ଟୋବର ୩୧ ମଧ୍ୟରେ ନିଜ ନିର୍ବାଚନ ମଣ୍ଡଳୀରେ ଏହି ପଦଯାତ୍ରା ଆୟୋଜନ କରିବା ପାଇଁ ମୋଦୀ କହିଛନ୍ତି।

ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକ ଶେଷ ପରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଷୀ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟସଭା ସାଂସଦମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସେଭଳି ଦାୟିତ୍ବ ଦେଇଛନ୍ତି। ରାଜ୍ୟସଭା ସାଂସଦଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ପ୍ରଦାନ କରାଯିବ; ଯେଉଁଠି ସେମା​‌େ​‌ନ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ କାର୍ଯ୍ୟକ୍ରମ ଆୟୋଜନ କରିବେ। ଏଥିପାଇଁ ୧୫ରୁ ୨୦ଜଣଙ୍କୁ ନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଦଳ ଗଠନ କରାଯିବ। ପ୍ରତି ଦଳ ଦୈନିକ ଅନ୍ୟୂନ ୧୫କିଲୋମିଟର ପଦଯାତ୍ରା କରିବେ। ସାଂସଦମାନଙ୍କ ତତ୍ତ୍ବାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଦଳ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର କମିଟି ନେତୃତ୍ବରେ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories