ପ୍ୟାରିସ ଜଳବାୟୁ ରାଜିନାମାକୁ ଟ୍ରମ୍ପଙ୍କ ପୁନର୍ବାର ଅଗ୍ରାହ୍ୟ
ୱାଶିଂଟନ୍ : ପ୍ୟାରିସ୍ ଜଳବାୟୁ ରାଜିମାନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଅଗ୍ରାହ୍ୟ କରିଛନ୍ତି। ଏହା ଭାରତ ଓ ଚୀନ୍ ଭଳି ରାଷ୍ଟ୍ରକୁ ସୁହାଉଥିବାବେଳେ ଆମେରିକା ପାଇଁ ଫଳପ୍ରଦ ନୁହେଁ। ବିଶ୍ବର ସର୍ବାଧିକ ପ୍ରଦୂଷଣକାରୀ ରାଷ୍ଟ୍ରଙ୍କୁ ଏହି ରାଜିନାମା ମାଧ୍ୟମରେ ଫାଇଦା ଉଠାଉଛନ୍ତି ବୋଲି ଟ୍ରମ୍ପ ଅଭିଯୋଗ କରିବା ସହ ପୂର୍ବ ରାଷ୍ଟ୍ରପତି ବରାକ୍ ଓବାମାଙ୍କୁ ଆକ୍ଷେପ କରିଛନ୍ତି। ସର୍ବାଧିକ ଅଙ୍ଗାରକାମ୍ଳ ବାଷ୍ପଜନିତ ପ୍ରଦୂଷଣକାରୀ ଭାବେ ଚୀନ୍ ବିଶ୍ବରେ ପ୍ରଥମ ସ୍ଥାନରେ ଥିଲାବେଳେ ଆମେରିକା ଦ୍ବିତୀୟ ଓ ଭାରତ ତୃତୀୟ ସ୍ଥାନରେ ରହିଛି।
Comments are closed.