ମନ୍ଦିର ପ୍ରସାଦ ଖାଇ ୭୩ ଅସୁସ୍ଥ

0

ଚେନ୍ନଇ : ତାମିଲନାଡୁ କୁଡଲୋର ଜିଲାର ଏକ ମନ୍ଦିରରେ ପ୍ରସାଦ ଖାଇ ୧୪ ମହିଳାଙ୍କ ସମେତ ୭୩ ଜଣ ଅସୁସ୍ଥ ହୋଇପଡିଛନ୍ତି । ପୁଲିସ୍‌ ସୂଚନା ଅନୁସାରେ କୁଡଲୋର ସଦାମଙ୍ଗଳ ଗ୍ରାମର ଏକ ଉତ୍ସବ ଅବସରରେ ଶ୍ରଦ୍ଧାଳୁମାନେ ଓମା ମନ୍ଦିରରେ ଅନ୍ନ ପ୍ରସାଦ ସେବନ କରିଥିଲେ । ପ୍ରସାଦ ଖାଇବାର କିଛି ସମୟ ପରେ ଲୋକଙ୍କ ମୁଣ୍ଡ ବୁଲାଇଥିଲା ଓ ବାନ୍ତି ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଲୋକଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରସାଦ ରନ୍ଧା ଯାଉଥିବାବେଳେ ଏକ ଝିଟିପିଟି ପଡ଼ି ଖାଦ୍ୟ ବିଷାକ୍ତ ହୋଇଯାଇଥିଲା ବୋଲି ଲୋକେ ଅଭିଯାଗ କରିଛନ୍ତି । ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଖାଦ୍ୟର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।

Leave A Reply