ପାକିସ୍ତାନ ଜନ୍ମିତ ସାଜିଦ ଜାଭିଦ ବ୍ରିଟେନର ଗୃହମନ୍ତ୍ରୀ

0

ଲଣ୍ଡନ : ବ୍ରିଟେନର ଜଣେ ପାକିସ୍ତାନ ଜନ୍ମିତ ସାଂସଦଙ୍କୁ ଦେଶର ଗୃହମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଗୃହମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ସାଂସଦ ଜଣଙ୍କ ହେଉଛନ୍ତି ସାଜିଦ ଜାଭିଦ। ଅମ୍ବର ରୁଡ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଥେରେସା ମେ ସୋମବାର ସାଜିଦଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ବେଆଇନ ଦେଶାଟନକାରୀଙ୍କ ସମ୍ପର୍କରେ ଭୁଲ୍‌ ତଥ୍ୟ ଦେବାକୁ ନେଇ ରବିବାର ଅମ୍ବର ରୁଡ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ରୁଡଙ୍କ ହଠାତ ଇସ୍ତଫା କଞ୍ଜରଭେଟିଭ୍‌ ପାର୍ଟିକୁ ବଡ ଧକ୍ମା ଦେଇଛି। ଗୁରୁବାର ବ୍ରିଟେନର ମେଟ୍ରୋପଲିଟାନ ସହରରେ ନିର୍ବାଚନ ହେବାକୁ ଯାଉଥିବାରୁ ଦଳକୁ ଏହା ଧକ୍କା ପହଞ୍ଚାଇଛି। ଅନ୍ୟପଟେ ପାକିସ୍ତାନ ଜନ୍ମିତ ସାଜିଦଙ୍କ ପିତା ହେଉଛନ୍ତି ଜଣେ ବସ୍‌ ଚାଳକ। ୧୯୬୧ରେ ସେ ବ୍ରିଟେନ ଆସିଥିଲେ। ୨୦୧୦ରେ ସେ ବ୍ରିଟେନ ପାର୍ଲାମେଣ୍ଟରେ ପ୍ରଥମ କରି ସଦସ୍ୟ ହୋଇଥିଲେ। ୨୦୧୩ରେ ସେ ଟ୍ରେଜେରି ମନ୍ତ୍ରୀ ହୋଇଥିଲେ। ୨୦୧୪ରେ ସଂସ୍କୃତି ସଚିବ ଓ ୨୦୧୫ରେ ବିଜନେସ ସଚିବ ହୋଇଥିଲେ।

Leave A Reply