ଯୌନ ପିଶାଚକୁ ମୃତ୍ୟୁ ଦଣ୍ଡ!

0

ବେଙ୍ଗାଲୁର:   ୬ ବର୍ଷର ଜଣେ ବାଳିକାକୁ ବଳାତ୍କାର କରିବା ପରେ ହତ୍ୟା ଘଟଣାରେ ଜଣେ ୩୫ ବର୍ଷିୟ ଯୁବକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ।  ଗତ ବର୍ଷ ଏହି ଘଟଣା ଘଟିଥିଲା । ଅନୀଲ ବାଲାଗର ନାମକ ଯୁବକ ଏହି ପୀଡିତାକୁ ନିଜ ଘରକୁ ନେଇ ଯିବା ପରେ ବଳାତ୍କାର କରିଥିଲା । ଧରା ପଡିଯିବା ଭୟରେ ସେ ତାକୁ ହତ୍ୟା କରି  ଲୁଚାଇ ରଖଥିଲା । ଗତ ବର୍ଷ ଏପ୍ରିଲ ୨୧ ତାରିଖରେ ଏହି ଘଟଣା ଘଟିଥିଲା ।

ବିଚାରପତି ଏମ୍‌ ଲଥା କୁମାରାଇ  , ଅନୀଲ ବାଲାଗରକୁ  ବଳାତ୍କାର ଓ ହତ୍ୟା ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ପୀଡିତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାପାଇଁ ନିର୍ଦେଶ ଦେଇଛନ୍ତି ।

ଗତ ବର୍ଷ ଏପ୍ରିଲ ୨୦ ତାରିଖରେ ପୀଡିତାଙ୍କର ଜେଜବାପା ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ । ପରେ ଅଭିଯୁକ୍ତି ନିଜ ଘର ତାଲା ପକାଇ ଫେରାର ହୋଇଯାଇଥିଲା । ଲୋକମାନ ସନ୍ଦେହ କରିବା ପରେ ପୁଲିସକୁ ଖବର ଦେଇଥିଲେ । ଏହପରେ ସେମାନ ଦୁଆର ଭାଙ୍ଗି ଘରେ ପଶିବା ପରେ ଅଭିଯୁକ୍ତର ଖଟ ତଳୁ ପଚି ଯାଇଥିବା ଏକ ଶରୀରକୁ ଠାବ  କରିଥିଲେ । ପୁଲିସ ଅଭିଯୁକ୍ତୁ ଗିରଫ କରିବା ପରେ ସେ ଶିଶୁଟିକୁ ଲୋଭ ଦେଖାଇ ଘରକୁ ଡାକିବାପରେ ବଳାତ୍କାର ପରେ ହତ୍ୟା କରିଥିବା ସ୍ୱୀକାର କରିଥିଲା ।

Leave A Reply