ଖାଇକୁ କାର ଖସି ୬ ମୃତ, ୯ ଆହତ

0

ଉନା (ହିମାଚଳ) : ହିମାଚଳ ପ୍ରଦେଶ ନୌହରିୟା ନିକଟରେ ସୋମବାର ସକାଳେ ଶିଖ ଭକ୍ତଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି । ଏଥିରେ ଗାଡ଼ିରେ ଥିବା ୬ ଶିଖ୍‌ ଭକ୍ତଙ୍କ ମୃତ୍ୟୁ ଘଟିଛି ଓ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ବାବ ବଡ଼ଭାଗ ସିଂହରେ ଥିବା ଗୁରୁଦ୍ୱାରାରୁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା ସାରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ସମସ୍ତ ଶ୍ରଦ୍ଧାଳୁ ପଞ୍ଜାବ ଗୁରୁଦାସପୁର ଅଞ୍ଚଳର ବୋଲି ଜାଣିବାକୁ ମିଳିଛି। ଆହତଙ୍କୁ ଉନାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପଞ୍ଜାବ ଗୁରୁଦାସପୁର ଅଞ୍ଚଳର ୧୫ ଜଣ ଶିଖ୍‌ ଭକ୍ତ ବାବା ବଡ଼ଭାଗ ସିଂହସ୍ଥିତ ଗୁରୁଦ୍ୱାରାକୁ ଆସିଥିଲେ । ପୁଜାର୍ଚ୍ଚନା ସାରି ଘରକୁ ଫେରୁଥିବାବେଳେ ତାଙ୍କ ଗାଡ଼ି ନୌହରିୟା ନିକଟରେ ଏକ ଖାଇକୁ ଖସିପଡିଥିଲା । ଘଟଣାସ୍ଥଳରେ ୬ ଜଣ ପ୍ରାଣ ହରାଇଥିଲେ । ଗୁରୁତର ଆହତ ୯ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply