www.samajalive.in
Sunday, December 14, 2025
26.1 C
Bhubaneswar

ଜାମ୍ମୁ କାଶ୍ମୀରରେ ଆଧାର ସଂଯୁକ୍ତ ଦେୟ ବ୍ୟବସ୍ଥା ଲାଗୁ

ଜାମ୍ମୁ: ବିଭିନ୍ନ କେନ୍ଦ୍ରୀୟ ଏବଂ ରାଜ୍ୟ ଯୋଜନାରେ ସ୍ୱଚ୍ଛତା ଆଣିବା ଏବଂ ବିଳମ୍ବ ଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ଜାମ୍ମୁ କାଶ୍ମୀରରେ ହିତାଧିକାରୀମାନଙ୍କୁ ଆଧାର ସଂଯୁକ୍ତ ଦେୟ ବ୍ୟବସ୍ଥାରେ ପେନସନ୍‍ ଦେବାକୁ ସ୍ୱୀକୃତି ମିଳିଛି। ଏ ସମ୍ପର୍କରେ ଜଣେ ସରକାରୀ ମୁଖପାତ୍ର କହିଛନ୍ତି, ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ପ୍ରଶାସନିକ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବିଶେଷ କରି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗମାନଙ୍କୁ ଦିଆଯାଉଥିବା ସହାୟତାରାଶି ବିନା ବିଳମ୍ବରେ ସେମାନଙ୍କର ଆକାଉଣ୍ଟରେ ଯେଭଳି ଭାବରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରାଯିବ। ଅନ୍ୟ ପକ୍ଷରେ ବିଚାର ନ ହୋଇ ପଡ଼ିରହିଥିବା ବିଭିନ୍ନ ପେନସନ୍‍ ମାମଲାଗୁଡ଼ିକର ତୁରନ୍ତ ବିଚାର କରି ବକେୟା ଅର୍ଥ ପ୍ରଦାନ ପାଇଁ ସେଠାକାର ସମସ୍ତ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories