ମେହବୁବାଙ୍କ କ୍ୟାବିନେଟରେ ଅଦଳବଦଳ

0

ଜମ୍ମୁ : ଜମ୍ମୁ-କାଶ୍ମୀରରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ବିଜେପି-ପିଡିପି ମେଣ୍ଟ ସରକାରରେ ସୋମବାର ଏହି ଅଦଳ ବଦଳ ହୋଇଛି । କିଛି ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ଏହି ଅଦଳ ବଦଳ ପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ରବିବାର ରାତିରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଅନ୍ୟପକ୍ଷରେ ବିଧନାସଭା ବାଚସ୍ପତି ଥିବା ବିଜେପିର କବିନ୍ଦର ଗୁପ୍ତା, ନିର୍ମଳ ସିଂଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ସେମବାର ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ବିଜେପିର ସତ୍‍ ଶର୍ମା, ରାଜୀବ ଜସ୍‍ରୋଟିଆ, ସୁନୀଲ୍‍ ଶର୍ମା, ଦେବିନ୍ଦର କୁମାର ମାନ୍ୟାଲ୍‍ କ୍ୟାବିନେଟ୍‍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପିଡିପିରୁ ମହମ୍ମଦ ଖଲିଲ୍‍ ବନ୍ଦ ଓ ମହମ୍ମଦ ଆଶ୍ରଫ ମୀର ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ଥିବା ବିଜେପିର ସୁନୀଲ ଶର୍ମାଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି କରାଯାଇଛି।
ରାଜ୍ୟପାଳ ଏନ୍‍.ଏନ୍‍ ଭୋରା ଜମ୍ମୁଠାରେ ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

Leave A Reply