www.samajalive.in
Wednesday, December 10, 2025
16.1 C
Bhubaneswar

ଛତିଶଗଡ଼ରେ ଏନକାଉଣ୍ଟର, ୪ ମାଓବାଦୀ ନିହତ

ରାୟପୁର: ଛତିଶଗଡ଼ର ଧାମତାରି ଜିଲା ଅନ୍ତର୍ଗତ ଖଲାରି ଏବଂ ମେଚକା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ଏସଟିଏଫ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଶନିବାର ଭୋର ସମୟରେ ଏନକାଉଣ୍ଟର ଘଟିଛି। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ମହିଳା ମାଓବାଦୀ ଅଛନ୍ତି। ଘଟଣାସ୍ଥଳରୁ ଯବାନମାନେ ୭ଟି ବନ୍ଧୁକ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।

ସୂଚନା ମୁତାବକ, ମେଚକା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ନେଇ ସୂଚନା ମିଳିବା ପରେ ଏସଟିଏଫ ଯବାନଙ୍କ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଜଙ୍ଗଲର ଏକ ସ୍ଥାନରେ ମାଓବାଦୀ ଲୁଚି ରହିଥିବା ଜାଣିବା ପରେ ଯବାନମାନେ ସେମାନଙ୍କୁ ଘେରିଯାଇଥିଲେ। ଫଳରେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ବେଶ୍‌ କିଛି ସମୟ ଧରି ଗୁଳିବିନିମୟ ଚାଲିଥିଲା। ଯବାନଙ୍କ ଗୁଳିରେ ୪ ମାଓବାଦୀ ଟଳି ପଡ଼ିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories