www.samajalive.in
Thursday, December 11, 2025
13.1 C
Bhubaneswar

ଦକ୍ଷିଣ କାଲିଫର୍ନିଆରେ ୭.୧ ତୀବ୍ରତାର ଭୂକମ୍ପ

କାଲିଫର୍ନିଆ: ଦକ୍ଷିଣ କାଲିଫର୍ନିଆରେ ଶୁକ୍ରବାର ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଥିଲା। ତେବେ ଭୂକମ୍ପ ପ୍ରଭାବରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଗତ ୨୦ ବର୍ଷ ମଧ୍ୟରେ ଦକ୍ଷିଣ କାଲିଫର୍ନିଆରେ ହୋଇଥିବା ଭୂକମ୍ପ ମଧ୍ୟରୁ ଏହାର ତୀବ୍ରତା ସବୁଠାରୁ ଅଧିକ ବୋଲି ଜଣାପଡ଼ିଛି।

ଶୁକ୍ରବାର ରାତି ପ୍ରାୟ ୮ଟା ୧୯ରେ ଭୂକମ୍ପ ଝଟ୍‌କା ଲାଗିଥିଲା। ମୋଜାଭେ ସହରଠାରୁ ୧୧ ମାଇଲ ଦୂର ତଥା ଲସ୍‌ ଏଞ୍ଜେଲ୍ସଠାରୁ ୧୫୦ ମାଇଲ୍‌(୨୪୦ କିମି) ଦୂରେ ଏହାର କେନ୍ଦ୍ରସ୍ଥଳ ରହିଥିଲା। ଏହା ପ୍ରଭାବରେ ଅଳ୍ପ କିଛି ଘର ଭାଙ୍ଗିଥିବା ସୂଚନା ମିଳିଛି। ବର୍ନାଡିନୋ ପ୍ରଦେଶର ଅଧିକାରୀଙ୍କ ସୂଚନା ମୁତାବକ, ଭୂକମ୍ପ ଯୋଗୁ କେତେକ ଘରେ ଫାଟ ସୃଷ୍ଟି ହୋଇଥିବାବେଳେ ଆଉ କିଛି ଅଞ୍ଚଳରେ ଘର ଘୁଞ୍ଚିଯିବା ସହ କାନ୍ଥ ଭାଙ୍ଗିଯାଇଛି। ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପାଖାପାଖି ୧ ହଜାର ଅଗ୍ନିଶମ କର୍ମଚାରୀ ପହଞ୍ଚି ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories