ପୁରୀ: ନବଦିନାତ୍ମକ ଯାତ୍ରାରେ ବାହାରିଥିବା ଜଗତର ନାଥ ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଶୁକ୍ରବାର ରାତିରେ ଆଡ଼ପ ମଣ୍ଡପକୁ ବିଜେ କରିବା ପରେ ଶନିବାରଠାରୁ ଆଡପ ଦର୍ଶନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଶ୍ରଦ୍ଧାଳୁମାନେ ଆଡପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି। ରଥଯାତ୍ରା ଲାଗି ପୁରୀ ଚଳଚଞ୍ଚଳ ରହିଥିବାବେଳେ ସକାଳୁ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରମୁଙ୍କ ଆଡପ ଦର୍ଶନ କରିଛନ୍ତି। ଅନ୍ୟପଟେ ଆଜିଠାରୁ ଭକ୍ତମାନଙ୍କୁ ଆଡ଼ପ ଅବଢ଼ା ମିଳିବ। ସକାଳ ଧୂପ ସମ୍ପନ୍ନ ହେବା ପରେ ଆଡ଼ପ ଅବଢ଼ା ବାହାରିବ।
Popular Categories



