www.samajalive.in
Saturday, December 13, 2025
21.1 C
Bhubaneswar

କରାଚୀସ୍ଥିତ ଭାରତୀୟ ଦୂତାବାସ ଜବରଦଖଲ ଉଦ୍ୟମ

ଇସଲାମାବାଦ: ପାକିସ୍ତାନର କରାଚୀଠାରେ ଥିବା ଭାରତୀୟ ଦୂତାବାସକୁ କେତେଜଣ ଅଜଣା ବ୍ୟକ୍ତି ଜବରଦଖଲ କରିବାକୁ ଉଦ୍ୟମ କରିଛନ୍ତି। ଭାରତ ପକ୍ଷରୁ ପାକିସ୍ତାନ ନିକଟରେ ଏହାର ପ୍ରତିବାଦ କରାଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଉପ ଉଚ୍ଚାୟୁକ୍ତ ହାଇଦର ଶାହଙ୍କୁ ସମନ ଜାରି କରାଯାଇଥିଲା। ଉକ୍ତ ଦୂତାବାସଟି ଅନେକ ଦିନ ଧରି ବନ୍ଦ ରହିଥିବାବେଳେ ତାହାକୁ କୌଣସି ବ୍ୟକ୍ତି ଯେପରି ଅନଧିକାର ଭାବେ ନିଜ ଅକ୍ତିଆରକୁ ନେଇ ନ ପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ଭାରତ ପକ୍ଷରୁ ପାକ୍‌ ଉପ ଉଚ୍ଚାୟୁକ୍ତଙ୍କୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ଗତ ବୁଧବାର ରାତିରେ କେତେଜଣ ଅଜଣା ବ୍ୟକ୍ତି ଦୂତାବାସ ପରିସରରେ ମୁତୟନ ଥିବା ଘରୋଇ ସୁରକ୍ଷା କର୍ମୀଙ୍କୁ ଧମକାଇ ଭିତରେ ପ୍ରବେଶ କରିବା ସହିତ ତାହାକୁ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ। ଘଟଣା ପରେ ଏକ କୂଟନୈତିକ ଚିଠିରେ ଭାରତ ପକ୍ଷରୁ କୁହାଯାଇଛି ଯେ, ବୁଧବାର ରାତିରେ ଘଟିଥିବା ଏହି ଘଟଣା ଅତି ସମ୍ବେଦନଶୀଳ। ବନ୍ଦ ରହିଥିବା ଦୂତାବାସକୁ ଅନଧିକାର ଭାବେ ଅକ୍ତିଆର କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଦୂତାବାସ ପରିସରରୁ ବାହାର କରିବା ଉଚିତ। ସୂଚନାଯୋଗ୍ୟ, ଏହି ଦୂତାବାସକୁ ୧୯୯୪ରେ ବନ୍ଦ କରିଦିଆଯାଇଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories