www.samajalive.in
Thursday, December 11, 2025
18.1 C
Bhubaneswar

ଟିଟିଲାଗଡ: ମାଉସୀମାଁ ମନ୍ଦିରକୁ ବିଜେ କଲେ ତିନି ଠାକୁର

ଟିଟିଲାଗଡ: ସ୍ଥାନୀୟ ଧବଲେଶ୍ୱର ଦଧିବାମନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପବିତ୍ର ରଥଯାତ୍ରା ଉତ୍ସବ ଅବସରରେ ଦୁଇ ଦିନ ଧରି ରଥ ଟଣା ହୋଇ ଶୁକ୍ରବାର ସନ୍ଧ୍ୟାରେ ତିନି ଠାକୁର ମାଉସୀ ମନ୍ଦିରରେ ପହଞ୍ଚିଛନ୍ତି। ଏନେଇ ଦୁଇ ଦିନ ଧରି ଟିଟିଲାଗଡ ସହରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଗୁଣ୍ଡିଚା ଯାତ୍ରା ଅବସରରେ ଘଣ୍ଟ, ଶଙ୍ଖ, ସଂକିର୍ତନ ତଥା ହଜାରହଜାର ଭକ୍ତଙ୍କ ହରିବୋଲ, ହୁଳହୁଳି ନାଦରେ ଗୁରୁବାର ସନ୍ଧ୍ୟା ୫ଟାରେ ତିନି ଠାକୁର ରଥାଋଢ ହୋଇଥିଲେ। ସେଠାରୁ ବ୍ୟାଙ୍କ ଛକକୁ ରଥ ପହଞ୍ଚିବା ପରେ ରାତ୍ରି ୮ଟାରେ ରଥ ଟଣା ବନ୍ଦ ହୋଇଥିଲା। ଶୁକ୍ରବାର ସନ୍ଧ୍ୟାରେ ରଥ ଆସି ଗୁଣ୍ଡିଚା ମନ୍ଦିରରେ ପହଂଚିଛନ୍ତି। ଏଅବସରରେ ରାଜ୍ୟ ମହିଲା, ଶିଶୁବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲାପାଳ ସୁଧାକର ନାୟକ, ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ବରିଷ୍ଠ ସଭ୍ୟ ଭବାନି ପ୍ରସାଦ ହୋତା, ବୃନ୍ଦାବନ ପାଢୀ, ଅଲେଖ ଦଲବେହେରା, ମନ୍ଦରଧର ପଣ୍ଡା, ପଂଚାନନ ପାଢୀ ଉପସ୍ଥିତ ଥିଲେ। ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରାଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଭାବରେ ଅସ୍ଥାୟୀ ସୂଚନା ପ୍ରଦାନ କେନ୍ଦ୍ର ଖୋଲାଯିବା ସହ ବକ୍ତା ପଙ୍କଜ ସାହୁ ଜଗନ୍ନାଥ ସଂସ୍କୃତି ତଥା ରଥଟଣା ନେଇ ଧାରାବିବରଣୀ ପ୍ରଦାନ କରିଥିଲେ। ଜଗନ୍ନାଥ ସେବା ସଦନର ଯୁବ ସ୍ୱେଚ୍ଛାସେବୀ ରଥ ସୁରକ୍ଷା ଦାୟିତ୍ୱ ସମ୍ପନ୍ନ କରିଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥି, ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ପୁଲିସବଳ ଆଇନଶୃଙ୍ଖଲା ବ୍ୟବସ୍ଥା ତଦାରଖ କରିଥିଲେ। ଟ୍ରଷ୍ଟ ପକ୍ଷରୁ ମାଉସୀ ମନ୍ଦିରରେ ଏନେଇ ତିନି ଠାକୁରଙ୍କ ଅବସ୍ଥାନ ନେଇ ୭ ଦିନ ଧରି ପ୍ରତ୍ୟେହ ଭକ୍ତଙ୍କୁ ଅନ୍ନପ୍ରସାଦ ବିତରଣ କରାଯିବ ବୋଲି ସୂଚନା ଦିଆଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories