www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟର ନିଆରା ରଥଯାତ୍ରା, ଗୋଟିଏ ଦିନ ପରିବର୍ତ୍ତେ ହୋଇଥାଏ ତିନିଦିନ

ଭୁବନେଶ୍ଵର : ଭକ୍ତ ଓ ଭଗବାନଙ୍କ ମହାମିଳନର ପର୍ବ ରଥାଯାତ୍ରା। ଦେଉଳ ଛାଡି ଭକ୍ତଙ୍କ ଗହଣକୁ ଚାଲିଆସନ୍ତି ଭଗବାନ। ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ଶ୍ରୀକ୍ଷେତ୍ର ପୁରୀ ସମେତ ସାରା ରାଜ୍ୟ, ଦେଶ ଓ ବିଦେଶରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ଆମରାଜ୍ୟର ଅନେକ ସ୍ଥାନରେ ତିନିଦିନ ଧରି ନିଆରା ରଥଯାତ୍ରା ପାଳନ କରାଯାଏ। ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଅନୁସାରେ ରଥଯାତ୍ରା ପଳନ କରାଯାଏ

ବାରିପଦାରେ ୩ଦିନ ଧରି ରଥଯାତ୍ରା ପାଳନ କରାଯାଏ ।  ଗୋଟିଏ ଦିନ ପହଣ୍ଡି  ଏବଂ ଦୁଇଦିନ ଧରି ରଥଟଣା ହୁଏ। ପରମ୍ପରା ଅନୁଯାୟୀ ଗୁରୁବାର ଗୁଣ୍ଡିଚା ଦିନ ପହଣ୍ଡି କରାଯାଇ ଠାକୁରଙ୍କୁ ରଥାରୁଢ଼ କରାଯାଇଥିଲା । ଶୁକବାର ମହାପ୍ରଭୁ ବଳଭଦ୍ରଙ୍କ ରଥ ଟଣା ହୋଇଛି । ପରମ୍ପରା ଅନୁଯାୟୀ ବଳଭଦ୍ରଙ୍କ ରଥ ମାଉସୀମା ମନ୍ଦିରରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣା ହେଉଛି। ଏହି ରଥକୁ କେବଳ ମହିଳାମାନେ ଟାଣୁଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥ ଟାଣୁଛନ୍ତି । ଶନିବାର ଦେବୀ ସୁଭଦ୍ରାଙ୍କ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ପ୍ରଭୁ ଜଗନ୍ନାଥଙ୍କର ରଥଟଣା ଆରମ୍ଭ ହେବ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଏହି ରଥଯାତ୍ରା ଅନୁଷ୍ଠିତ ହେଉଛି।

- Advertisement -

ସେହିପରି ଦେବଗଡ଼ ସହରରେ ମଧ୍ୟ ତିନିଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।  ଗୁଣ୍ଡିଚା ଦିନ ପହଣ୍ଡି ବିଜେ ଓ ଅନ୍ୟ ଦୁଇଦିନ ରଥଟଣା
ହୋଇଥାଏ । ଗୁରୁବାର ସକାଳୁ ଏଠାରେ ତିନି ଠାକୁରଙ୍କ ନୀତିକାନ୍ତି ପରେ ଅପରାହ୍ନରେ ପହଣ୍ଡି ହୋଇଥିଲା। ପରେ ମହାପ୍ରଭୁଙ୍କୁ ରଥାରୁଢ଼ କରାଯାଇଥିଲା। ଶୁକ୍ରବାର ଅପରାହ୍ନରୁ ରଥଟଣା ଆରମ୍ଭ ହୋଇଛି ଏବଂ ଶନିବାର ରଥଟଣା ଶେଷ ହେବ। ଏହି ନିଆରା ରଥଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି ।

ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲାର ଗଡ଼ କୁଜଙ୍ଗଠାରେ ବାସି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପୁରୀ ଶ୍ରୀମନ୍ଦିରରେ ଗୁଣ୍ଡିଚା ଦିନ ରଥଯାତ୍ରା ଅନୁଷ୍ଡିତ ହେବା ପରେ ତାହା ପରଦିନ ସେଠାରେ ରଥଯାତ୍ରା ଅନୁଷ୍ଡିତ ହୁଏ। ଜଗତସିଂହପୁର ଜିଲା ଏରସମା ବ୍ଲକର ଗଡକୁଜଙ୍ଗ ସୁଭଦ୍ରା କ୍ଷେତ୍ର ଭାବେ ପରିଚିତ।ଗଡକୁଜଙ୍ଗର ପ୍ରଭୁ କୁଞ୍ଜବିହାରୀଙ୍କ ରଥ ଯାତ୍ରା, ପରମ୍ପରା ଅନୁସାରେ ପୁରୀର  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବଡଦାଣ୍ଡରେ ଅନୁଷ୍ଠିତ ହେବାର ପରଦିନ ଏହି ବାସି ରଥ ଯାତ୍ରା ସୁଭଦ୍ରା କ୍ଷେତ୍ରରେ ଅନୁଷ୍ଠିତ ହୁଏ। ଅର୍ଥାତ ରଥ ଯାତ୍ରା ପରଦିନ ରଥ ଏଠି ଟଣା ଯାଏ କାରଣ ବିଶ୍ୱାସ ରହିଛି ଯେ, ଶ୍ରୀ ଜଗନ୍ନାଥ ପୁରୀରେ ରଥ ଯାତ୍ରା ସମ୍ପନ୍ନ ହେବା ପରେ ପୁରୀରୁ ଜଗନ୍ନାଥ ଓ କେନ୍ଦ୍ରାପଡାରୁ ମହାପ୍ରଭୁ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ପାଖକୁ ଆସିଥାନ୍ତି । ସୁଭଦ୍ରା କ୍ଷେତ୍ରର କ୍ଷେତ୍ରପତି ମହାପ୍ରଭୁ ଶ୍ରୀ କୁଞ୍ଜବିହାରୀଙ୍କ ରଥରେ ରଥାରୁଢ ହୋଇ ଯାତ୍ରା କରନ୍ତି । ଏହି କ୍ଷେତ୍ରରେ ଏହି ପରମ୍ପରା ଦୀର୍ଘ ୪୫୨ବର୍ଷ ହେଲା ପ୍ରଚଳିତ ହୋଇ ଆସୁଛି ।

ଉପସ୍ଥାପନା : ଅମୂଲ୍ୟ କୁମାର ହୋତା   

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories