www.samajalive.in
Thursday, December 11, 2025
15.1 C
Bhubaneswar

ସଡୁଙ୍କ ଶବ ସତ୍କାର କରିବାକୁ ଆସି ଦୁର୍ଘଟଣାରେ ଜୀବନ ଗଲା

ମାର୍ଶାଘାଇ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ୫(କ)ର ଶିଳିପୁର ଛକ ନିକଟରେ ସଡୁଙ୍କ ଶବ ସତ୍କାର କରିବାକୁ ଆସି ଆଉ ଜଣେ ସଡୁଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ମୁତାବକ, ଶିଳିପୁର ଛକ ନିକଟରେ ପ୍ରଶନ୍ନ ଦାସ ନାମକ ବ୍ୟକ୍ତି ତାଙ୍କ ସଡ଼ୁର ଶବ ସତ୍କାର ପାଇଁ ଆରସିଥିଲେ। ସେ ବାଇକରେ ରାସ୍ତା ପାର ହେଉଥିବା ସମୟରେ ବାଇକକୁ ଏକ ଆଇରନ ଟ୍ରକ ଆସି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ କେନ୍ଦ୍ରାପଡା ଥାନା ବାଲିଗୋଠ ଗ୍ରାମର ପ୍ରଶନ୍ନ ଦାସ ମୃତ୍ୟୁ ବରଣ କରିଥିବା ବେଳେ ପ୍ରଶନ୍ନଙ୍କ ପୁଅ ମନୋଜ ଦାସ ଓ ସମ୍ପର୍କିୟ ଭାଇ ରଞ୍ଜିତ ଦାସ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ପ୍ରଥମେ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ଗୁରୁତର ହେବାରୁ କଟକ ଵଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ତିନି ଜଣ ଗୋଟିଏ ବାଇକରେ ମାର୍ଶାଘାଇ ଥାନାର ଦୁମୁକା ଗ୍ରାମକୁ ତାଙ୍କ ସଡ଼ୁର ଶବ ସତ୍କାର ପାଇଁ ଆସୁଥିବା ସୂଚନା ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories