ତେଲ ଗୋଦାମରେ ଚଢ଼ଉ, ୩୦୦ ଟିଣ ଜବତ  

0

କଟକ: ଖାନ୍‍ ନଗର ନୂଆ ସାହିରେ ଥିବା ତେଲ ଗୋଦାମ ଉପରେ ଆଜି ପୁଲିସ ଚଢ଼ଉ କରିଛି । ଚଢଉ ବେଳେ ଗୋଦାମ ଘରୁ ୩୦୦ ଅପମିଶ୍ରିତ ତେଲ ଟିଣ ଜବତ ହୋଇଛି । ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ଗୋଦାମ ଘରୁ ବିଭିନ୍ନ ବ୍ରାଣ୍ଡର ତେଲ ଜରି ଓ ଯନ୍ତ୍ରାଂଶ ପୁଲିସକୁ ମିଳିଛି । ତେଲରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହେଲା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିଛି ।

Leave A Reply