www.samajalive.in
Monday, December 8, 2025
24.1 C
Bhubaneswar

ନିଯୁକ୍ତିରୁ ବଞ୍ଚିତ ଶିଳ୍ପାଞ୍ଚଳ ଅଧିବାସୀ, ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର: ରାଜ୍ୟର ଶିଳ୍ପ ସଂସ୍ଥା ସ୍ଥାପନ ପାଇଁ ସରକାର ଅନେକ ସୁବିଧା ସୁଯୋଗ ଦେବା ସହ ବିଭିନ୍ନ ଅନୁଷ୍ଠାନ ସହ ବୁଝାମଣା ପତ୍ର ମଧ୍ୟ ସ୍ଵାକ୍ଷର କରିଛନ୍ତି କିନ୍ତୁ ସେହି ସବୁ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ମିଳିବା ନେଇ ମଙ୍ଗଳବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଶ୍ନୋତ୍ତର କାଳରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ଏହି ପ୍ରସଙ୍ଗ ଉଠାଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଦାବି କରିଥିଲେ।

ମନ୍ତ୍ରୀ ସୁଶାନ୍ତ ସିଂହ ଗୃହରେ ଉତ୍ତର ରଖି କହିଥିଲେ ଯେ ରାଜ୍ୟର ୫୫୦ଟି ଶିଳ୍ପ ସଂସ୍ଥାରେ ନିଯୁକ୍ତ ୨ ଲକ୍ଷ ୬୬ ହଜାର ୮୫୪ ଜଣ କର୍ମଚାରୀଙ୍କ ମଧ୍ୟରୁ ୩୯ ହଜାର ୮୯୩ ଜଣ ବାହାର ରାଜ୍ୟର। ସ୍ଥାନୀୟ ନିଯୁକ୍ତି ପାଇଁ କୁଶଳୀ ବର୍ଗରେ ୬୦ ପ୍ରତିଶତ, ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀଙ୍କ ବର୍ଗରେ ୯୦ପ୍ରତିଶତ ଓ ପରିଚାଳନା ଅଧିକାରୀଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିବା ମନ୍ତ୍ରୀ କହିଥିଲେ। ତେବେ ପାରାଦୀପର ଆଇଓସିଏଲ୍, ଇଫ୍‌କୋ, ପିପିଟି ଓ ପିପିଏଲ୍‌ରେ କେତେ ସ୍ଥାନୀୟ ଲୋକ ନିଯୁକ୍ତି ପାଇଛନ୍ତି ମନ୍ତ୍ରୀ ତା’ର ଉତ୍ତର ଦେଇ ପାରିନଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories