www.samajalive.in
Sunday, December 7, 2025
14.1 C
Bhubaneswar

ବାଂଲାଦେଶ ସାମ୍ନାରେ ୩୧୫ରନର ବିଜୟ ଲକ୍ଷ୍ୟ

ବର୍ମିଂହାମ : ହିଟ୍‍ ମ୍ୟାନ୍‍ ରୋହିତ ଶର୍ମାଙ୍କ ଚିତ୍ତାକର୍ଷକ ଶତକ ବଳରେ ବାଂଲାଦେଶ ସାମ୍ନାରେ ୩୧୫ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୯ ୱିକେଟ୍‍ ହରାଇ ୩୧୪ରନ୍‍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ କେଏଲ୍‍ ରାହୁଲଙ୍କ ଅର୍ଦ୍ଧଶତକ ୭୭(୯୨ବଲ), ରୋହିତ ଶର୍ମା ୧୦୪(୯୨ବଲ), ରିଷଭ ପନ୍ତ୍‍ ୪୮(୪୧ବଲ) ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଉପଯାଗୀ ୩୫ରନ(୩୩ବଲ) ବଳରେ ବାଂଲାଦେଶକୁ ୩୧୫ରନ ଟାର୍ଗେଟ ଦେଇଛି ଭାରତ।

ବାଂଲାଦେଶ ପକ୍ଷରୁ ମୁସ୍ତଫିଜୁର ରେହମାନ୍‍ ଏକମାତ୍ର ସଫଳ ବୋଲର ଭାବେ ୧୦ ଓଭର ବୋଲିଂ କରି ୫୯ ରନ ବ୍ୟୟ କରିବା ସହ ୫ଗୋଟି ମୂଲ୍ୟବାନ ୱିକେଟ୍‍ ହାସଲ କରିଛନ୍ତି। ସାକିବ-ଉଲ ହାସନ, ରୁବେଲ ହୁସେନ୍‍ ଏବଂ ସୌମ୍ୟ ସରକାର ଗୋଟିଏ ଲେଖାଏଁ ୱିକେଟ୍‍ ନେବାରେ ସକ୍ଷମ ହୋଇଛନ୍ତି।

- Advertisement -

ଏହି ମ୍ୟାଚରେ ରୋହିତ ୯୨ବଲ ଖେଳି ୭ଚୌକା ଏବଂ ୫ଛକା ସହାୟତାରେ ୧୦୪ ରନ୍ ସଂଗ୍ରହ କରିବା ସହ ଦିନିକିଆରେ ବ୍ୟକ୍ତିଗତ ଭାବେ ୨୬ତମ ଶତକ ହାସଲ କରିଛନ୍ତି । ବିଶ୍ୱର ଦ୍ୱିତୀୟ ଏବଂ ପ୍ରଥମ ଭାରତୀୟ ଭାବେ ବିଶ୍ୱକପରେ ୪ର୍ଥ ଶତକ ହାସଲ କରିଛନ୍ତି ରୋହିତ ଶର୍ମା। ଏହା ସହ ରୋହିତ ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କୁ ପଛରେ ପକାଇ ଚଳିତ ବିଶ୍ୱକପରେ ସର୍ବାଧିକ ରନ୍ ସଂଗ୍ରହ କରିବା ସହ ପଏଣ୍ଟ୍ ଟେବୁଲର ଶୀର୍ଷରେ ପହଞ୍ଚିଛନ୍ତି । ଡେଭିଡ ୱାର୍ଣ୍ଣର ୮ଟି ମ୍ୟାଚରୁ ୫୧୬ରନ କରିଥିବା ବେଳେ ରୋହିତ ୭ଟି ମ୍ୟାଚ ଖେଳି ୫୪୪ରନ୍ ସଂଗ୍ରହ କରିଛନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories