www.samajalive.in
Sunday, December 14, 2025
26.1 C
Bhubaneswar

ବ୍ୟାଙ୍କ ଠକେଇ ମାମଲା: ୫୦ ସ୍ଥାନରେ ସିବିଆଇ ଚଢଉ, ୧୪ ମାମଲା ରୁଜୁ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ୧୨ଟି ରାଜ୍ୟରେ ପାଖାପାଖି ୫୦ଟି ସ୍ଥାନରେ ଚଢଉ କରିଛି। ସିବିଆଇ ଏକ ସ୍ୱତନ୍ତ୍ର ଅଭିଯାନ କ୍ରମେ ବ୍ୟାଙ୍କ ଠକେଇ ମାମଲାରେ ଏହି ଚଢଉ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ୧୨ଟି ରାଜ୍ୟର ୧୮ଟି ସହରରେ ଏକ ସଙ୍ଗେ ଚଢଉ କରାଯାଇଛି। ଚଢଉରେ ସିବିଆଇର ୫୦ଟି ଦଳ ସାମିଲ ହୋଇଥିଲେ। ଚଢଉ ପରେ ବିଭିନ୍ନ କମ୍ପାନୀ, ଫାର୍ମ, ସେମାନଙ୍କ ପ୍ରମୋଟର, ନିର୍ଦେଶକ ଏବଂ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ୧୪ଟି ମାମଲା ରୁଜୁ କରାଯାଇଛି। ବ୍ୟାଙ୍କ ଠକେଇ ନେଇ ଅନେକ ଅଭିଯୋଗ ଆସିବା ପରେ ସିବିଆଇ ମଙ୍ଗଳବାରଠାରୁ ଏକ ସ୍ୱତନ୍ତ୍ର ଅଭିଯାନ କ୍ରମେ କମ୍ପାନୀ ଠିକଣା ଉପରେ ଚଢଉ କରିଛି। ପ୍ରଥମ ପ୍ରର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ୫୦ଟି ସ୍ଥାନରେ ଏକସଙ୍ଗେ ଚଢଉ କରାଯାଇଛି। ଏହାମଧ୍ୟରେ ଋଣ ନେଇ ପରିଶୋଧ ନକରିବା, ଜାଲ କାଗଜପତ୍ର ଦେଇ ଋଣ ନେବା ଭଳି ମାମଲା ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories