ନିରାଶ ହେଲେ ବିଧାୟକ, ଜୁଲାଇ ୫ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ବର : ପୂର୍ତ୍ତ ବିଭାଗ ଜେଇଙ୍କୁ ଉଠବସ୍ କରାଇବା ମାମଲାରେ ଜେଲରେ ଥିବା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ସୋମବାର ପାଟଣାଗଡ ପୋଲିସ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା । ଏବେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବାରୁ ବିଧାୟକ ନିଜ ପକ୍ଷ ନିଜେ ରଖିଥିଲେ । ଜୁଲାଇ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ସୂଚନାଯୋଗ୍ୟ ଯେ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିବା ବିଧାୟକ ସରୋଜ ମେହେର ଗତକାଲି ସଂନ୍ଧ୍ୟାରେ ଡାକ୍ତରଖାନାରୁ ଫେରିବା ପରେ କୋର୍ଟରେ ହାଜର ପାଇଁ ରାତି ୩ଟାରେ ଭୁବନେଶ୍ୱର ଆଣିଥିଲା ପାଟଣାଗଡ ପୋଲିସ । ଓକିଲ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଜୁଲାଇ ୫ରେ ପରବର୍ତ୍ତୀ ଶୁଶାଶି ହେବ । ସେ ପର୍ଯ୍ୟନ୍ତ ବିଧାୟକଙ୍କ ଚିକିତ୍ସା ନିଷ୍ପତ୍ତି ଜେଲ କର୍ତ୍ତୃପକ୍ଷ ନେବେ ବୋଲି ମାନ୍ୟବର କୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିବା ପରେ ଝାରପଡା ଜେଲ ଯାଇଛନ୍ତି ବିଧାୟକ ସରୋଜ ମେହେର ।
Comments are closed.