www.samajalive.in
Monday, December 8, 2025
24.1 C
Bhubaneswar

ଚାଉଳଧୁଆ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋଟଗଡ଼ : କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ଜୁଡାବାଲି ପଞ୍ଚାୟତର ଚାଉଳଧୁଆ ନଦୀରୁ ସୋମବାର ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଦୁଇ ତିନି ହେବ ମୃତଦେହ ନଦୀରେ ଭାସୁଥିବାର ଗ୍ରାମବାସୀମାନେ ଦେଖିଥିଲେ। ଫଳରେ ସ୍ଥାନୀୟ ଲୋକେ କୋଟଗଡ ଥାନାକୁ ଖବର ଦେଇଥିଲେ। ପୁଲିସ ଆଜି ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟକ୍ତିର ପରିଚୟ ସଂଗ୍ରହ କରିବା ସହ ତାଙ୍କ ସମ୍ପର୍କୀୟଙ୍କୁ ପଚାରି ଘଟଣା ସମ୍ପର୍କରେ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଉକ୍ତ ମୃତ ବ୍ୟକ୍ତିର ନାମ ଲଚ୍ଛମନ ପ୍ରାସ୍କାକା (୪୫)। ସେ ବହୁ ବର୍ଷ ଧରି ଜୁଡାବାଲି ଗ୍ରାମରେ କୁଲି,ମଜୁରୀ କରି ଏକୁଟିଆ ରହି ଆସୁଥିଲେ। ହେଲେ ତାଙ୍କ ମୃତଦେହ କିଛି ଦିନ ହେବ ନଦୀରେ ମୁହଁ ତଳକୁ କରି ପାଣିରେ ପଡିରହିଥିବାର ଦେଖିବାକୁ ମିଳିଥିଲା। ଶରୀରରେ କୌଣସି କ୍ଷତ ଜଣା ପଡୁନଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ କିଭଳି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories