www.samajalive.in
Sunday, December 7, 2025
23.1 C
Bhubaneswar

ରାଜ୍ୟରେ ମାଓବାଦୀ ସମସ୍ୟା; ବିରୋଧୀ କହିଲେ ବଢ଼ିଛି, ମନ୍ତ୍ରୀ ଉତ୍ତର ଦେଲେ କମିଛି

ଭୁବନେଶ୍ଵର: ରାଜ୍ୟରେ ମାଓବାଦୀ ସମସ୍ୟା ନେଇ ବିଧାନସଭାରେ ସୋମବାର ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ସମସ୍ୟା ନେଇ ପ୍ରଶ୍ନ କରିଥିଲେ। ଗତ ୫ବର୍ଷରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ବିଧାୟକ କହିବା ସହିତ ଏହାର କାରଣ ପଚାରିଥିଲେ। ତାରାଙ୍କ ପ୍ରଶ୍ନର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ, ରାଜ୍ୟରେ ୧୫ଟି ମାଓବାଦୀ ଉପଦ୍ରୁତ ଜିଲା ରହିଛି। ବିଗତ ୫ବର୍ଷ ମଧ୍ୟରେ ଏସବୁ ଜିଲାରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ମାଓବାଦୀମାନେ ୧୦୫ ଜଣଙ୍କୁ ହତ୍ୟା କରିଛନ୍ତି। ସୁରକ୍ଷା କର୍ମୀଙ୍କ ସହିତ ଗୁଳିବିନିମୟରେ ୮୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଏବଂ ମାଲକାନଗିରି ଜିଲା ଅତ୍ୟନ୍ତ ମାଓବାଦୀ ପ୍ରଭାବିତ ବୋଲି ମନ୍ତ୍ରୀ କହିଥିଲେ। ସେହିପରି ରାଜ୍ୟରେ ଥିବା ମାଓବାଦୀଙ୍କ ମଧ୍ୟରୁ ଓଡ଼ିଆ ମାଓବାଦୀଙ୍କ ସଂଖ୍ୟା କମ୍‌ ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories