www.samajalive.in
Thursday, December 11, 2025
18.1 C
Bhubaneswar

ଆତଙ୍କବାଦ ହେଉଛି ମାନବ ସଭ୍ୟତା ପ୍ରତି ସବୁଠାରୁ ବଡ଼ ବିପଦ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶୀର୍ଷ ବୈଠକର ପ୍ରଥମ ଦିନରେ ଶୁକ୍ରବାର ବିଶ୍ୱର ତୁଙ୍ଗନେତାମାନଙ୍କ ସହ ଅନେକ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ସହ ଜାପାନ, ଭାରତ ଓ ଆମେରିକା ଜେ.ଏ.ଆଇ. ମଧ୍ୟରେ ତ୍ରିସ୍ତରୀୟ ଆଲୋଚନା କରିଛନ୍ତି। ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ଏବଂ ଅନେକ ବିଶ୍ୱପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବିଶ୍ୱପ୍ରସଙ୍ଗଗୁଡ଼ିକ ମଧ୍ୟରେ ରହିଛି, ଇରାନ୍‍, ବାଣିଜ୍ୟ, ପ୍ରତିରକ୍ଷା ଓ ୫ଏ ଦୂରସଞ୍ଚାର। ଏହି ଅବସରରେ ବୈଦେଶିକ ସଚିବ ବିଜୟ ଗୋଖ୍‍ଲେ କହିଛନ୍ତି, ବିଶ୍ୱସ୍ତରୀୟ ତୈଳ ମୂଲ୍ୟ ସ୍ଥିର ରହିବ ବୋଲି ଆମେରିକା ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ମୋଦୀ କହିଛନ୍ତି, ଭାରତରେ କୋଟି କୋଟି ଉପଭୋକ୍ତା ରହିଥିବାରୁ ଉଭୟ ଦେଶ ମଧ୍ୟରେ ଦୂରସଞ୍ଚାର କ୍ଷେତ୍ରରେ ସହଯୋଗ ଓ ସମନ୍ୱୟ ରକ୍ଷା କରିବାର ଯଥେଷ୍ଟ ଗୁରୁତ୍ୱ ରହିଛି।

ପ୍ରଧାନମନ୍ତ୍ରୀ ବ୍ରିକ୍ସ ରାଷ୍ଟ୍ରସମୂହ ସହ ମଧ୍ୟ ଅଣଆନୁଷ୍ଠାନିକ କଥାବାର୍ତ୍ତା କରିଛନ୍ତି। ବ୍ରାଜିଲ୍‍, ରୁଷିଆ, ଭାରତ, ଚୀନ୍‍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରକ୍ସ ରାଷ୍ଟ୍ରସମୂହ ଗଠିତ ହୋଇଛି। ଏହି ବୈଠକରେ ନେତାମାନେ ବିଶ୍ୱ ଅର୍ଥନୀତି ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିଥିବାର ଜଣାପଡ଼ିଛି। ବ୍ରାଜିଲ୍‍ ରାଷ୍ଟ୍ରପତି ଜାୟର୍‍ ବୋଲୋସୋନାରୋ, ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁତିନ୍‍, ଚୀନ୍‍ ରାଷ୍ଟ୍ରପତି ଷି ଜିନ୍‍ପିଙ୍ଗ୍‍ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲି ରାମପୋସାଙ୍କ ସହ ସନ୍ତ୍ରାସବାଦ ବିପଦ ସଂକ୍ରାନ୍ତରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଭାବ ଆଦାନ ପ୍ରଦାନ କରିଛନ୍ତି। ବ୍ରିକ୍ସର ଅଣଆନୁଷ୍ଠାନିକ ବୈଠକରେ ଉଦବୋଧନ ଦେଇ ମୋଦି କହିଛନ୍ତି, ଆତଙ୍କବାଦ ହେଉଛି ମାନବ ସଭ୍ୟତା ପ୍ରତି ସବୁଠାରୁ ବଡ଼ ବିପଦ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories