www.samajalive.in
Sunday, December 14, 2025
26.1 C
Bhubaneswar

ଚୋରା ଶାଳ କାଠଗଣ୍ଡି ଓ ଗାଡି ଜବତ

ଖୁଣ୍ଟା: ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ଆରପଟା ନିକଟରୁ ଉଦଳା ବନ ବିଭାଗ ଶାଳ କାଠ ଗଣ୍ଡି ଚୋରା ଚାଲାଣ କରୁଥିବା ଏକ ଟାଟା ଡିଆଇ ୨୦୭ ଗାଡିକୁ କାଠ ସମେତ ଜବତ କରିଛି। ଗୁରୁବାର ଭୋର ସମୟରେ ଆରପଟା ଅଞ୍ଚଳରୁ ବାଲେଶ୍ୱର ଜିଲାକୁ କାଠ ଚାଲାଣ ହେଉଥିବା ଖବର ପାଇ ଉଦଳା ରେଞ୍ଜର ଅଜୟ ଦାସଙ୍କ ନେତୃତ୍ୱରେ ବନକର୍ମଚାରୀ ମାନେ ଭୋର ସାଢେ ଚାରିଟା ସମୟରେ କାଠ ଚାଲାଣ କରୁଥିବା ୨୦୭ ଗାଡିକୁ ଜିଲାର ସୀମା ପାରିହେବା ପୂର୍ବରୁ ଜବତ କରିଥିଲେ।

ଗାଡିରେ ୯ ଗୋଟି ଶାଳ ଗଣ୍ଡି ରହିଥିବା ବେଳେ ଚୋରା ବଜାରରେ ସେଗୁଡିକର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିଳଗିରି ଥାନା କାହାଳିଆ ଗ୍ରାମର ସୁରେଶ ଚନ୍ଦ୍ର ନାଏକ(୨୪) ଓ ଖୁଣ୍ଟା ଥାନା କୁସୁମିଆ ଗ୍ରାମର ଦେବ ପାତ୍ର(୩୦)ଙ୍କୁ ଗିରଫ କରାଯାଇଛି। କାଠ ସମେତ ଗାଡିଟିକୁ ଉଦଳା ରେଞ୍ଜ କାର୍ଯ୍ୟାଳୟରେ ରଖା ଯଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories