www.samajalive.in
Thursday, December 11, 2025
26.1 C
Bhubaneswar

ସ୍ଥାୟୀ ପଟ୍ଟା ଦାବିରେ ଆଦିବାସୀ ସଂଘର ତହସିଲ ଅଫିସ ଆଗରେ ଧାରଣା

ତୁଷୁରା : ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ଜଙ୍ଗଲ ଜମିରେ ବସବାସ କରୁଥିବା ଅଧିବାସୀ ମାନଙ୍କୁ ସ୍ଥାୟୀ ପଟ୍ଟା ଦେବା ନେଇ ବଲାଙ୍ଗିର ଆଦିବାସୀ ଅଧିକାର ମହାସଂଘର ସଭାପତି ଦ୍ୱିଜ ଦଳପତିଙ୍କ ନେତୃତ୍ୱରେ ଗୁରୁବାର ଶତାଧିକ ମହିଳା ଓ ପୁରୁଷ ତୁଷୁରା ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ଏ ନେଇ ଏକ ୧୬ ଦଫା ସମ୍ବଳିତ ଦାବୀପତ୍ର ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ସରକାରଙ୍କ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ମୁତାବକ ଯେଉଁ ଭୂମିହୀନମାନେ ବଂଶାନୁକ୍ରମିକ ଭାବେ ଜଙ୍ଗଲ ଜମି ଦଖଲ କରି ଆସୁଥିବେ ସେମାନଙ୍କର ଜୀବନ ଜୀବିକାରେ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ସେମାନଙ୍କୁ ସ୍ଥାୟୀ ପଟ୍ଟା ଦେଇ ବିକାଶ ଯୋଜନାରେ ସାମିଲ କରିବା ପାଇଁ ନିୟମ ରହିଛି। ଗୁଡ଼ଭେଲା ବ୍ଳକର ୩୫ଟି ଗାଁର ପ୍ରାୟ ୫ଶହ ଲୋକ ଏହି ଜଙ୍ଗଳ ଜମି ପଟ୍ଟା ପାଇବା ପାଇଁ ୨୦୦୯ ମସିହାରୁ ତୁଷୁରା ତହସିଲରେ ଆବେଦନ କରିଥିଲେ କିନ୍ତୁ ଜଙ୍ଗଲ ଜମି ଆଇନ ହେବାର ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୭ଟି ଗାଁର କେବଳ ୯୨ ଜଣଙ୍କୁ ପଟ୍ଟା ଦେଇ ତଥା ୨୦୦୮/୨୦୦୯ ଠାରୁ ଯୁଗ୍ମ ତଦନ୍ତ ସାରିଥିଲେ ମଧ୍ୟ ବାଗବାହାଲି, କୁଲକୁସୁମ୍, କନେରସିଂହା, ସିକେଲପଦର, ଗମ୍ଭାରୀଗୁଡ଼ା, ଠେଲକୋଭେଲା, ଧନପୁର, କେନପଦର, ଗୁନିମୁଣ୍ଡା, ଘୂନା, ଜାମୁଟଟିକ୍ରାପଡ଼ା, ଗୁଡ଼ଙ୍ଗାମାଲ, ରହେନମାଲ ଆଦି ଗାଁର ପ୍ରାୟ ୪ଶହ ଦାବିଦାରଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି। ୨୦୧୧ ରୁ ୨୦୧୪ ମସିହା ମଧ୍ୟରେ ବାକିଥିବା ଲୋକଙ୍କୁ ପଟ୍ଟା ଦିଆଯିବା ପାଇଁ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ତାହା ପାଣିର ଗାର ସାଜିଛି। ଅନ୍ୟପକ୍ଷରେ ୧୦୭୨୫ ଜଣ ବାସହୀନଙ୍କୁ ୧୫-୦୧-୨୦୧୯ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୨୦ ପ୍ରତିଶତ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଗ୍ରାମବାସୀ । ତେଣୁ ଉପରୋକ୍ତ ସମସ୍ତଙ୍କୁ ଜଙ୍ଗଲ ଜମି ଆଇନ ମୁତାବକ ଶୀଘ୍ର ପଟ୍ଟା ଦେବା ସହ ବାକି ଥିବା ବାସହୀନ ମାନଙ୍କୁ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ମହାସଂଘ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଧାରଣାରେ ସାମିଲ ଥିଲେ ।

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories