www.samajalive.in
Thursday, December 11, 2025
14.1 C
Bhubaneswar

ଲୁଧିଆନା ସେଣ୍ଟ୍ରାଲ ଜେଲରେ କଏଦୀ-ପୁଲିସ୍‍ଙ୍କ ମଧ୍ୟରେ ସଂଘର୍ଷ, ଜଣେ ମୃତ

ଲୁଧିଆନା : ଲୁଧିଆନା ସେଣ୍ଟ୍ରାଲ ଜେଲରେ ଗୁରୁବାର କଏଦୀ ଏବଂ ପୁଲିସ୍‍ଙ୍କ ମଧ୍ୟରେ ସଂଘର୍ଷରେ ଜଣଙ୍କ ମୃତ୍ୟୁ ଘଟିଛି। ସଂଘର୍ଷରେ ଏସ୍‍ପି ସନ୍ଦୀପ ୱଡେରା ସମେତ ୧୭ ଜଣ ପୁଲିସ୍‍ କର୍ମୀ ଓ ୧୫ ଜଣ କଏଦୀ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ବୁଧବାର ରାତିରେ ୧୦ ଜଣ କଏଦୀ ଜେଲ ଭାଙ୍ଗି ଖସି ପଳାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ପୁଲିସ୍‍ ହାତରେ ଧରାପଡିଥିଲେ ଓ ୫ ଜଣ କଏଦୀ ଫେରାର ହୋଇଯାଇଥିଲେ। ପରେ ବୁଧବାର ରାତିରେ ଜଣେ କଏଦୀଙ୍କ ମୃତ୍ୟୁ ପରେ ବିବାଦ ଆରମ୍ଭ ହୋଇଥିଲା। ଗୁରୁବାର ସକାଳେ ଏହା ସଂଘର୍ଷର ରୂପ ନେଇଥିଲା। କଏଦୀମାନେ ମିଳିତ ଭାବେ ପୁଲିସ୍‍ କର୍ମୀଙ୍କୁ ଆକ୍ରମଣ କରିଥିଲେ। କଏଦୀମାନେ ଜେଲ ପରିସରରେ ଥିବା ଏକ ଗାଡ଼ିକୁ ନିଆଁ ଲଗାଇ ଜାଳି ଦେଇଥିଲେ। ଘଟଣାକୁ ଦେଖି ଜେଲରେ ବ୍ୟାପକ ପୁଲିସ୍‍ ଫୋର୍ସ ମୁତୟନ କରାଯାଇଛି। ଜେଲ ମନ୍ତ୍ରୀ ସୁଖଜିନ୍ଦର ରନ୍ଧାନା ଏହିଜିପି ଜେଲ ରୋହିତ ଚୌଧୁରୀଙ୍କ ନିକଟରୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। କଏଦୀଙ୍କ କହିବା ଅନୁଯାୟୀ ବୁଧବାର ରାତିରେ ପୁଲିସ ମାଡ଼ରେ ସନି ନାମକ ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିଲା। ପରେ ଏହା ସଂଘର୍ଷର ରୂପ ନେଇଥିଲା। ଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ କଏଦୀ ସନି ଅସୁସ୍ଥ ହୋଇପଡିଥିଲା। ତାଙ୍କୁ ପଟିୟାଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories