www.samajalive.in
Sunday, December 14, 2025
26.1 C
Bhubaneswar

ଟଲିଉଡର ବିଶିଷ୍ଟ ଅଭିନେତ୍ରୀ ତଥା ନିର୍ଦେଶକ ବିଜୟା ନିର୍ମଳାଙ୍କ ପରଲୋକ

ନୂଆଦିଲ୍ଲୀ : ତେଲୁଗୁ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ନିର୍ଦେଶକ ବିଜୟା ନିର୍ମଳାଙ୍କ ଗୁରୁବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ହାଇଦ୍ରାବାଦସ୍ଥିତ ଏକ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି । ବିଜୟା ନିର୍ମଳାଙ୍କ ବିୟୋଗରେ ତେଲୁଗୁ ସିନେମା ଜଗତରରେ ଶୋକର ଛାୟା ଖେଳିଯାଇଛି ।

- Advertisement -

ତାଙ୍କ ଫ୍ୟାନ୍ସ ଏବଂ ଅନ୍ୟ କରକାରମାନେ ଟୁଇଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ‘ଆପଣ ଆସିଲେ, ଇତିହାସ ସୃଷ୍ଟି କଲେ ଓ ଚାଲିଗଲେ’ ବୋଲି ଅଭିନେତା ମଞ୍ଜୁ ମନୋଜ ଟୁଇଟରରେ ବିଜୟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଛନ୍ତି ।

୧୯୪୬ ଜାନୁଆରୀ ୨୦ରେ ସେ ଜନ୍ମିତ ବିଜୟା ନିର୍ମଳା ୪୪ଟି ତେଲୁଗୁ ଫିଲ୍ମରେ ନିଦେର୍ଶନ ଦେଇ ସେ ଗିନଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍ ରେକର୍ଡସରେ ସ୍ଥାନ ଅର୍ଜନ କରିଥିଲେ । ୨୦୦୮​ରେ ତେଲୁଗୁ ସିନେମା ପୁରସ୍କାର ରଘୁପୀଠ ଭେଙ୍କେୟା ଆୱାର୍ଡରେ ବିଜୟା ନିର୍ମଳାଙ୍କୁ ପୁରସ୍କୃତ କରାଯାଇଥିଲା।

୭ ବର୍ଷ ବୟସରୁ ସେ ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ରଖିଥିଲେ । ଏହା ପରେ ସେ ତାମିଲ, ତେଲୁଗୁ ଏବଂ ମଲୟାଲମ ସିନେମାରେ ପ୍ରାୟ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।

ବିଜୟା ନିର୍ମଳାଙ୍କ ସ୍ବାମୀ କୃଷ୍ଣ ଏବଂ ପୁଅ ନରେଶ ସିନେମା ଜଗତରେ ସକ୍ରିୟ ରହିଛନ୍ତି । ମହେଶ ବାବୁ ଓ ମଞ୍ଜୁଲା ଘଟ୍ଟାମନେନୀ ତାଙ୍କର ସାବତ ପୁଅ ଓ ଝିଅ । ତାଙ୍କ ସାବତ ପୁଅ ଓ ବୋହୂ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories