www.samajalive.in
Saturday, December 13, 2025
26.1 C
Bhubaneswar

ରାଷ୍ଟ୍ରହିତ ପାଇଁ ଯାହା ଜରୁରୀ ଆମେ କରିବୁ – ଜୟଶଙ୍କର

ନୂଆଦିଲ୍ଲୀ: ରୁଷ ସମେତ ଅନ୍ୟ କେତେକ ଦେଶ ଉପରେ ଆମେରିକା ପ୍ରତିବନ୍ଧକ ଜାରି କରିଥିଲେ ମଧ୍ୟ, ଭାରତ ସେହି ଦେଶଗୁଡିକ ସହ ସମ୍ବନ୍ଧ ସ୍ଥାପନ କ୍ଷେତ୍ରରେ ରାଷ୍ଟ୍ରହିତକୁ ପ୍ରାଧାନ୍ୟ ଦେବ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବୁଧବାର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ ସମୟରେ ଏହା କହିଛନ୍ତି। ଭାରତ ରୁଷଠାରୁ ଏସ-୪୦୦ କ୍ଷେପଣାସ୍ତ୍ର ସୁରକ୍ଷା ବ୍ୟବସ୍ଥା କ୍ରୟ କରୁଥିବା ଜଣା ପଡିଛି।

ଏହି ଅବସରରେ ପମ୍ପିଓ କହିଛନ୍ତି ଯେ, ଭାରତ-ଆମେରିକା ଭାଗିଦାରୀତା ଏବେ ନୂଆ ସ୍ତରରେ ପହଞ୍ଚିଛି। କାଟସା ଅନ୍ତର୍ଗତ ଆମେରିକା ଜାରି କରିଥିବା ପ୍ରତିବନ୍ଧକ ସମ୍ପର୍କିତ ଏକ ପ୍ରଶ୍ନରେ ଜୟଶଙ୍କର କହିଛନ୍ତି, ଭାରତର ଅନେକ ଦେଶ ସହ ସମ୍ବନ୍ଧ ଅଛି। ସେ କହିଛନ୍ତି, ଆମର ଅନେକ ଦେଶ ସହ ସମ୍ବନ୍ଧ ରହିଛି ଓ ତାର ବଳିଷ୍ଠ ଇତିହାସ ମଧ୍ୟ ଅଛି। ତେଣୁ ଆମ ରାଷ୍ଟ୍ରହିତ ପାଇଁ ଯାହା ଜରୁରୀ ଆମେ ତାହା କରିବୁ। ଅନୁଷ୍ଠିତ ଆଲୋଚନାରେ ଶକ୍ତି, ବାଣିଜ୍ୟ, ଆଫଗାନ ସମସ୍ୟା ଆଦି ବିଷୟ ସ୍ଥାନ ପାଇଛି।

- Advertisement -

ଆତଙ୍କବାଦୀ ବିରୋଧୀ ଲଢେଇକୁ ଟ୍ରମ୍ପ ପ୍ରଶାସନର ଦୃଢ଼ ସମର୍ଥନ ପାଇଁ ଜୟଶଙ୍କର ତାଙ୍କ ପ୍ରଶଂସା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories