www.samajalive.in
Wednesday, December 10, 2025
16.1 C
Bhubaneswar

ଆପଣାନ୍ତୁ ଏହି ସହଜ ଉପାୟ, ଦୂର ହେବ ନକରାତ୍ମକ ଶକ୍ତି, ମିଳିବ ଶୁଭଫଳ

ଆମ ଚାରିପାଖରେ ଥିବା ବିଭିନ୍ନ ପ୍ରକାରର ଶକ୍ତି ଆମ ଜୀବନ ଉପରେ ବହୁ ପ୍ରଭାବ ପକାଇଥାଏ। ଯଦି ଆମ ଚତୁଃପାଶ୍ୱର୍ରେ ସକରାତ୍ମକ ଶକ୍ତି ଥାଏ, ତେବେ ଶୁଭଫଳ ପ୍ରଦାନ କରିଥାଏ। ଯଦି ନକରାତ୍ମକ ଶକ୍ତି ଥାଏ,ତେବେ ଅଶୁଭ ଫଳ ପ୍ରଦାନ କରିଥାଏ।
ନକରାତ୍ମକ ଶକ୍ତି ଆମର ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ।
ଶାରିରୀକ ଓ ମାନସିକ ସ୍ଥିତି ଉପରେ କୁପ୍ରଭାବ ପକାଇଥାଏ। ଫଳରେ ଆମ ଚାଲିଚଳନ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ।
ତେବେ ନିଜ ଚତୁଃପାଶ୍ୱର୍ରେ ସକରାତ୍ମକ ଶକ୍ତି ସୃଷ୍ଟି କରିବା ପାଇଁ ବାସ୍ତୁ ଶାସ୍ତ୍ରରେ କେତେକ ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ସେ ବିଷୟରେ….
ନିଜ ଘରର ଦ୍ୱାରକୁ କଦାପି ଗୃହର ବାହାର ଆଡ଼କୁ ଖୋଲନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଘରର ସକରାତ୍ମକ ଶକ୍ତି ହ୍ରାସ ପାଇଥାଏ।
ଘରର ଭିତରକୁ ଯେପରି ପ୍ରଚୁର ପରିମାଣରେ ସୂର୍ଯ୍ୟୋଲୋକ ଆସିପାରୁ ଥିବ, ସେଭଳି ବ୍ୟବସ୍ଥା କରନ୍ତୁ। ଏଭଳି କରିବା ଦ୍ୱାରା ପରିବାର ସଦସ୍ୟ ରୋଗଗ୍ରସ୍ତ ହୋଇନଥାଆନ୍ତି ଓ ଘରେ ସର୍ବଦା ସୁଖର ବାତାବରଣ ରହିଥାଏ।
ସକାଳ ହେବା ମାତ୍ରେ ପ୍ରଥମେ ଘରର ସମସ୍ତ ଝରକା ଖୋଲି ଦିଅନ୍ତୁ। ଅହରାହ୍ନ ସମୟରେ ଝରକା ବନ୍ଦ ରଖନ୍ତୁ।
ସକାଳ ସମୟରେ ଘରେ ଧାର୍ମିକ ସଙ୍ଗୀତ ବଜାନ୍ତୁ।
ଘରର ଭିତରେ ବିଭିନ୍ନ ପ୍ରକାର ଜାଲ ହୋଇଥିଲେ ଏହାକୁ ସଫା କରି ଦିଅନ୍ତୁ।
ଘରେ କୌଣସି ପ୍ରକାରର ଭଙ୍ଗାତୁଟା ଦ୍ରବ୍ୟ ରଖନ୍ତୁ ନାହିଁ।
ଘରର ପ୍ରବେଶ ଦ୍ୱାରକୁ ସର୍ବଦା ସଫା ରଖନ୍ତୁ।
ଗାଧୁଆ ଘର ଅଯଥାରେ ଖୋଲା ରଖନ୍ତୁ ନାହିଁ।
ଗୃହର ଅଗଣାରେ ତୁଳସୀର ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏହା ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର କରିଥାଏ।
ରୋଷେଇ ଘରେ ଔଷଧ ଆଦୌ ରଖନ୍ତୁ ନାହିଁ।
ଘରେ ସର୍ବଦା ଶାନ୍ତି ରହିବା ପାଇଁ ନିୟମିତ କର୍ପୂର ଜଳାନ୍ତୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories