www.samajalive.in
Saturday, December 13, 2025
26.1 C
Bhubaneswar

ଜମାକାରୀଙ୍କ ଟଙ୍କା ହଡ଼ପ କରି ପୋଷ୍ଟ ମାଷ୍ଟର ଫେରାର

କେଦାରପୁର : ବାଲେଶ୍ଵରର ଜିଲା ସୋର ଥାନା ଅନ୍ତର୍ଗତ କେଦାରପୁର ପୋଷ୍ଟ ଅଫିସରୁ ପୋଷ୍ଟ ମାଷ୍ଟର ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ଜମାକାରୀ ତାତିବା ସହିତ ଡ଼ାକଘର ତାଲା ପକାଇଛନ୍ତି।
ସୂଚନା ମୁତାବକ, କେଦାରପୁର ପୋଷ୍ଟ ଅଫିସରେ ଗତ ପାଞ୍ଚ ବର୍ଷ ଧରି ରାଜେନ୍ଦ୍ର ବିଶ୍ବାଳ ନିଯୁକ୍ତି ପାଇ କାର୍ୟ୍ୟ କରୁଥିଲେ। ସ୍ଥାନୀୟ ବାସିନ୍ଦା ବିଶ୍ବାସରେ ଅର୍ଥ ଜମା କରୁଥିଲେ। ଗତ କିଛିଦିନ ମଧ୍ୟରେ ପୋଷ୍ଟମାଷ୍ଟର ରାଜେନ୍ଦ୍ର ବିଶ୍ବାଳ ଜମାକାରୀଙ୍କ ଠାରୁ ଅର୍ଥ ନେଇ ପାସବୁକ ଦେଇନଥିଲେ। ରାଜେନ୍ଦ୍ର ଜମା ଅର୍ଥ ପଇଠ ନକରି ଆତ୍ମସାତ କରିଦେଇଥିବାର ଜମାକରୀ ସୋର ହେଡ ପୋଷ୍ଟ ଅଫିସରେ ପାସବୁକ ମେଳାଇ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା। ଜମା ଖାତାରେ କମ୍ପୁଟର ପ୍ରିଣ୍ଟ ନଦେଇ ହାତରେ ଲେଖି ସିଲ ନବାରିବା ଏପରିକି ପାସ ବୁକ ସୁଧ କସିବାକୁ ଦିଆଯାଇ ଜମାକାରୀଙ୍କୁ ଭକୁଆ ବନାଇ ଆସୁଥିଲେ। ପୋଷ୍ଟ ଅଫିସ ବନ୍ଦ ରହିବାରୁ ଜମାକରୀଙ୍କ ସନ୍ଦେହ ହୋଇଥିଲା। ପୋଷ୍ଟ ଅଫିସ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି। ଜମାକାରୀ ଅର୍ଥ ଫେରାଇବାକୁ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories