www.samajalive.in
Monday, December 8, 2025
14.1 C
Bhubaneswar

ଚନ୍ଦ୍ରବାବୁଙ୍କ ଆଲିସାନ ବଙ୍ଗଳା ‘ପ୍ରଜା ବେଦିକା’ ଭାଙ୍ଗିବାକୁ ଜଗନମୋହନଙ୍କ ନିର୍ଦେଶ

ବିଜୟନଗର: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ଆଲିସାନ ବଙ୍ଗଳ ‘ବ୍ରଜା ବେଦିକା’କୁ ଭାଙ୍ଗିବା ଲାଗି ନୂଆ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆଦେଶ ଦେଇଛନ୍ତି। ଆସନ୍ତା ମଙ୍ଗଳବାର ସକାଳେ ବାସଭବନ ଭଙ୍ଗା କାର୍ଯ୍ୟ ଆରମ୍ଭ ହେବ। ବର୍ତ୍ତମାନ ପ୍ରଜା ବେଦିକାରେ ଚନ୍ଦ୍ରବାବୁ ନାଇଡୁ ରହୁଛନ୍ତି। କିଛି ଦିନ ତଳେ ସେ ଜଗନମୋହନଙ୍କୁ ଚିଠି ଲେଖି ପ୍ରଜା ବେଦିକାକୁ ବିରୋଧୀ ଦଳ ନେତାଙ୍କ ସରକାରୀ ବାସଭବନ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲେ।

କିନ୍ତୁ ୱାଇଏସଆର କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ସରକାର ଗତ ଶନିବାର ଚନ୍ଦ୍ରବାବୁଙ୍କ ଅମରାବତୀସ୍ଥିତ ବାସଭବନ ପ୍ରଜା ବେଦିକାକୁ ନିଜ କବ୍‌ଜାକୁ ନେଇଯାଇଥିଲା। ତେବେ ଟିଡିପି ଏହାକୁ ପ୍ରତିଶୋଧର କାର୍ଯ୍ୟାନୁଷ୍ଠାନ ବୋଲି ଦର୍ଶାଇଛି। ବିରୋଧୀ ଦଳ ଅଭିଯୋଗ କରିଛି ଯେ, ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୌଣସି ସଦଭାବନା ଦେଖାଇ ନାହାନ୍ତି।

- Advertisement -

ଆନ୍ଧ୍ରପ୍ରଦେଶ ରାଜଧାନୀ କ୍ଷେତ୍ର ବିକାଶ ପ୍ରାଧିକରଣ ଜରିଆରେ ସରକାର ୫ କୋଟି ଟଙ୍କା ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଲାଗି ଏହି ବଙ୍ଗଳା ତିଆରି କରିଥିଲେ। କିନ୍ତୁ ଚନ୍ଦ୍ରବାବୁ ତାହାକୁ ସରକାରୀ କାର୍ଯ୍ୟ ସମେତ ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଥିଲେ। ତେଣୁ ତାହାକୁ ଭାଙ୍ଗି ସେଠାରେ ଜିଲାପାଳଙ୍କ ସମ୍ମିଳନୀ ଆୟୋଜନ କରିବାକୁ ଜଗନ ନିଷ୍ପତ୍ତି ନେଇଛନ୍ତି। ଜିଲାପାଳଙ୍କ ସମ୍ମିଳନୀ ପୂର୍ବରୁ ସଚିବାଳୟରେ କରାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ପ୍ରଜା ବେଦିକା ଭଙ୍ଗାଯିବା ପରେ ସେଠାରେ ଏହି ସମ୍ମିଳନୀ କରାଯିବ। ଚନ୍ଦ୍ରବାବୁ ବର୍ତ୍ତମାନ ସପରିବାର ଛୁଟି କାଟିବାକୁ ବିଦେଶ ଯାଇଛନ୍ତି। ଟିଡିପି ନେତା ତଥା ବିଧାନ ପରିଷଦ ସଦସ୍ୟ ଅଶୋକ ବାବୁ କହିଛନ୍ତି ଯେ, ସରକାରୀ କର୍ମଚାରୀମାନେ ଚନ୍ଦ୍ରବାବୁଙ୍କ ଘରୋଇ ସାମଗ୍ରୀ ଫିଙ୍ଗି ଦେଇଛନ୍ତି। ଉକ୍ତ ବାସଭବନକୁ ସରକାର ନିଜ କବ୍‌ଜାକୁ ନେବା ବିଷୟରେ ଦଳକୁ ଅବଗତ କରାଇନାହାନ୍ତି। ନଗରପାଳିକା ମନ୍ତ୍ରୀ ବୋତ୍ସା ସତ୍ୟ ନରାୟଣ କହିଛନ୍ତି, ଜଗନମୋହନଙ୍କ ସହିତ ଯେଭଳି ବ୍ୟବହାର କରାଯାଇଥିଲା ଚନ୍ଦ୍ରବାବୁଙ୍କ ସହିତ ସେଭଳି ବ୍ୟବହାର କରାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories