ବରଗଡ଼ : ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭେଙ୍ଗରାଜପୁରରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଭେଙ୍ଗରାଜପୁରରେ ଜଣଙ୍କ ଘରେ ନବଜାତର ଏକୋଇଶିଆ ଭୋଜି ଖାଇ ପ୍ରାୟ ୫୦ ଜଣ ଅସୁସ୍ଥ ହୋଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ସେମାନଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭୋଜି ଖାଇବାର କିଛି ସମୟ ପରେ ପ୍ରାୟ ୫୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ବୋଲି ସୂଚନା ମିଳିଛି।
Popular Categories



