www.samajalive.in
Sunday, December 7, 2025
14.1 C
Bhubaneswar

ସୋମବାର କେବଳ ମହାଦେବଙ୍କୁ ନୁହେଁ ମା’ଲକ୍ଷ୍ମୀଙ୍କୁ ବି କରନ୍ତୁ ପୂଜ , ମିଳିବ ଅନେକ ଶୁଭ ଫଳ

ସୋମବାର ଦିନ ଶିବଙ୍କ ସହ ଶକ୍ତି ଦେବୀଙ୍କୁ ମଧ୍ୟ ପୂଜା କରାଯାଏ । ଏହି ଦିନ ଲକ୍ଷ୍ମୀ ପୂଜା କରିବାର ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ସୋମବାର ଦିନ ପୂଜା କରିବା ଦ୍ବାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଶାସ୍ତ୍ରରେ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ବିଭିନ୍ନ ଉପାୟ ରହିଛି । ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ବିଷୟରେ…

ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ପୂଜା ସମୟରେ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା ଦ୍ବାରା ବିଶେଷ ଫଳ ପ୍ରପ୍ତି ହୋଇଥାଏ । କିନ୍ତୁ ଯଦି ଆପଣ ମା’ ଲକ୍ଷ୍ମୀଙ୍କୁ ଅତି ଶୀଘ୍ର ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ସୋମବାର ଦିନ କମଳା ରଙ୍ଗର ଫୁଲ ନିଶ୍ଚୟ ଅର୍ପଣ କରନ୍ତୁ । ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ କମଳା ରଙ୍ଗର ଫୁଲ ଅତ୍ୟନ୍ତ ପ୍ରିୟ । ଏହି ଫୁଲରେ ପୂଜା କରିବା ଦ୍ବାରା ଧନ-ସମ୍ପଦ ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ।

- Advertisement -

ପୂଜା ଶେଷ ହେବା ପରେ ଦୁର୍ଗା ସପ୍ତଶତୀ ମନ୍ତ୍ରର ଶେଷରେ ଥିବା କ୍ଷମା ପ୍ରାର୍ଥନା ନିଶ୍ଚୟ ପଢନ୍ତୁ । ପୂଜା ସମୟରେ ଜାଣତରେ ଅବା ଅଜାଣତରେ ହୋଇଥିବା ଭୁଲ ପାଇଁ କ୍ଷମା ମାଗି ନିଅନ୍ତୁ । ଏହା ଦ୍ବାରା ଆପଣଙ୍କ ପୂଜା ସମ୍ପର୍ଣ୍ଣ ହୋଇଥାଏ ଏବଂ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଧ୍ୟାନ ରଖନ୍ତୁ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟ​‌ରେ କୌଣସି ଭୁଲ ନ ହୁଏ ।

ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଘରର ମୁଖ୍ୟ ଦ୍ବାରାରେ ସ୍ବସ୍ତିକ ଚିତ୍ର ଅଙ୍କନ କରନ୍ତୁ । ଏହା ସହ ଗଣପତିଙ୍କ ପୂଜା ବିଧିବିଧାନ ସହ କରନ୍ତୁ । ଏହା ଦ୍ବାରା କାର୍ଯ୍ୟରେ ଦେଖା ଦେଉଥିବା ସମସ୍ତ ପ୍ରକାର ବାଧା ଦୂର ହୋଇଥାଏ ।

ଆର୍ଥିକ ସମସ୍ୟା ଦୂର ପାଇଁ ମା’ ଲକ୍ଷ୍ମୀଙ୍କୁ ନାଲି ରଙ୍ଗର କପଡା ଓ କଉଡି ଅର୍ପଣ କରନ୍ତୁ । ଏହା ପରେ ସେହି କପଡାରେ ଉକ୍ତ କଉଡି ରଖି ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories