www.samajalive.in
Thursday, December 11, 2025
13.1 C
Bhubaneswar

ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରିବା ଘଟଣା; ଆଦିବାସୀ ସଂଘ ଓ ଓବିସି ମଞ୍ଚ ମୁହାଁମୁହିଁ

ବଲାଙ୍ଗୀର : ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଧାୟକ ପୁର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରିବା ଘଟଣାରେ ଏବେ ଆଦିବାସୀ ସଂଘ ଓ ଓବିସି ମଞ୍ଚ ମୁହାଁମୁହିଁ ହୋଇଛନ୍ତି। ଆଦିବାସୀ ସଂଘ ପକ୍ଷରୁ ପ୍ରଥମେ ବଲାଙ୍ଗୀର ଓ ପରେ ପାଟଣାଗଡରେ ମେଳିି କରିସାରିଥିବା ବେଳେ ବିଧାୟକଙ୍କ ବିରୁଦ୍ଧରେ ଲାଗିଥିବା ଏଟ୍ରୋସିଟି ଆକ୍ଟକୁ ପ୍ରତ୍ୟାହାର କରିବାକୁ ଓବିସି ମଞ୍ଚ ଦାବି କରିଥିଲା। ତେବେ ଏହି ପରିସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କ ଏହି ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏହି ଘଟଣାର ମୂଳ ଉଦ୍ଦେଶ୍ୟ ଦୂରେଇ ଯାଉଥିବା ସଚେତନ ମହଲରେ ଆଲୋଚନା ହେଉଛି।
ବଲାଙ୍ଗୀର ଜିଲା ପାଟଣାଗଡ ନବନିର୍ବାଚିତ ବିଧାୟକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଏକ ରାସ୍ତାକାମକୁ ନେଇ ଦଣ୍ଡ ସ୍ୱରୂପ ଉଠବସ କରିଥିବା ଏକ ଭିଡିଓରୁ ଜଣାପଡିଥିଲା। ଏହି ଘଟଣାରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ। ଅପହରଣ, ମାନସିକ ନିର୍ଯ୍ୟାତନା ଓ ଜାତିଆଣ ଆକ୍ଷେପ କରାଯାଇଥିବା ନେଇ ବିଧାୟକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଆଦିବାସୀ ସଂଘ ଦୃଢ ନିନ୍ଦା କରିଥିବା ବେଳେ ବିଧାୟକଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲା। ଏହି ଦାବି ନେଇ ପ୍ରଥମେ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିବା ବେଳେ ଶୁକ୍ରବାର ପାଟଣାଗଡ଼ରେ ମହାମେଳି କରି ନିଜ ପତିଆରା ଜାହିର କରିଥିଲା ଆଦିବାସୀ ସଂଘ। ତେବେ ଆଦିବାସୀ ସଂଘର ମଙ୍ଗ ଧରିଥିବା ଜଣେ ନେତା ବିଧାୟକ ଟିକଟ ପାଇଁ ଆଶାୟୀ ରହିଥିବା ବେଳେ ତାଙ୍କୁ ଟିକେଟ ମିଲିନଥିଲା। ଫଳରେ ସେ ଆକ୍ରୋଶମୂଳକ ଭାବେ ପାଟଣାଗଡ ବିଧାୟକଙ୍କୁ ଟାର୍ଗେଟ କରୁଥିବା ବିଧାୟକଙ୍କ ସମର୍ଥକ ମାନେ ଅଭିଯୋଗ କରିଛନ୍ତି।
ବିଧାୟକଙ୍କ ଏହି ଦଣ୍ଡକୁ କିଛି ଲୋକ ଠିକ୍‍ କହୁଥିବା ବେଳେ କିଛି ଏହାକୁ ଭୂଳ ବୋଲି କହିଛନ୍ତି। କିନ୍ତୁ ଜାଣିଶୁଣି ବିଧାୟକଙ୍କ ନାଁରେ ଜାତିଆଣ ଆକ୍ଷେପ କରିବା ଭଳି ଅଭିଯୋଗ ଆଣିବା ଘଟଣାକୁ ଓବିସି ମଞ୍ଚ ପକ୍ଷରୁ ନିନ୍ଦା କରାଯାଇଛି। ଓବିସି ମଞ୍ଚ ପକ୍ଷରୁ ବିଧାୟକଙ୍କ ସପକ୍ଷରେ ଥାନା ଘେରାଓ କରାଯାଇଥିବା ବେଳେ ଏହି ଘଟଣାକୁ ନେଇ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି ଉଭୟ ଆଦିବାସୀ ସଂଘ ଓ ଓବିସି ମଞ୍ଚ। ବିଧାୟକଙ୍କ ବିରୁଦ୍ଧରେ ଆଦିବାସୀ ସଂଘ ଓ ବିଧାୟକଙ୍କ ସପକ୍ଷରେ ଓବିସି ମଞ୍ଚ ବାହାରି ନିଜ ନିଜ ପତିଆରା ଲଢେଇ କରୁଥିବା ବେଳେ ଏଥିରୁ କିନ୍ତୁ ଧିରେ ଧିରେ ଯନ୍ତ୍ରୀଙ୍କ ମୂଳ ଅଭିଯୋଗ ଦୂରେଇ ଯାଉଥିବା ଆଲୋଚନା ହେଉଛି। ଆଦିବାସୀ ସଂଘ ବିଧାୟକଙ୍କୁ ଘେରୁଥିବା ବେଳେ ନିଜ ବିଭାଗୀୟ ନିର୍ବାହୀଯନ୍ତ୍ରୀ ବିଧାୟକଙ୍କ ନିର୍ଦ୍ଦେଶରେ ଅଧସ୍ଥନ ଯନ୍ତ୍ରୀଙ୍କୁ ଚାପୁଡା ମାରିବା ଅଭିଯୋଗ ହୋଇଥିବା ବେଳେ ଏହାକୁ କେହି ଗୁରୁତ୍ୱ ଦେଉନଥିବା ଆଲୋଚନା ହେଉଛି। ସେହିପରି ଉକ୍ତ ରାସ୍ତାକାମର ମାନ ଉନ୍ନତ ଥିଲା ନା ନିମ୍ନମାନର ଥିଲା ସେନେଇ ବିଭାଗୀୟ ତଦନ୍ତ ହୋଇଥିବା ବେଳେ ସେନେଇ ମଧ୍ୟ ବିଭାଗ ସ୍ପଷ୍ଟ କରିନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories