www.samajalive.in
Tuesday, December 9, 2025
16.1 C
Bhubaneswar

ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାକ୍ସଫୋର୍ସ ଚାପରେ ପାକିସ୍ତାନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାକ୍ସଫୋର୍ସ – ଏଫ୍‍.ଏ.ଟି.ଏଫ୍‍. କ୍ରିୟାନୁଷ୍ଠାନ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଦିଗରେ ପାକିସ୍ତାନ ସମସ୍ତ ଉଚିତ ପଦକ୍ଷେପ ନେବ ବୋଲି ଭାରତ ମତ ପୋଷଣ କରିଛି। ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ପାକିସ୍ତାନ ଦ୍ୱାରା ଏଫ୍‍.ଏ.ଟି.ଏଫ୍‍. କ୍ରିୟାନୁଷ୍ଠାନ ଯୋଜନା ଏହାର ରାଜନୈତିକ ପ୍ରତିଶ୍ରୁତିବଦ୍ଧତା ମୁତାବକ ହେବ ଆବଶ୍ୟକ। ପାକିସ୍ତାନ ଅଞ୍ଚଳରୁ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପର ନିୟନ୍ତ୍ରଣ ଦିଗରେ ତାହାକୁ ବିଶ୍ୱସନୀୟ, ପ୍ରମାଣଯୋଗ୍ୟ, ସ୍ଥିର ଏବଂ ଉଚିତ ପଦକ୍ଷେପ ନେବାକୁ ହେବ ବୋଲି ସେ କହିଛନ୍ତି।

ପାକିସ୍ତାନ ଆତଙ୍କବାଦକୁ ପାଣ୍ଠି ଯୋଗାଣରେ ଏହାର କ୍ରୀୟାନୁଷ୍ଠାନ ଯୋଜନା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ବିଷୟରେ ଶୁକ୍ରବାର ଏଫ୍‍.ଏ.ଟି.ଏଫ୍‍. କହିଥିଲା। ପାକିସ୍ତାନ ଅକ୍ଟୋବର ମାସ ସୁଦ୍ଧା ନିଜର ପ୍ରତିଶ୍ରୁତିର ପାଳନ କରୁ ଅଥବା ପରିଣାମ ଭୋଗ କରୁ ବୋଲି ଏଫ୍‍.ଏ.ଟି.ଏଫ୍‍. କହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories