ଭୁବନେଶ୍ବର : ରାଜ୍ୟ ସଚିବାଳୟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ବିପତ୍ତି ଆଟଲାସ ଉନ୍ମୋଚନ କରିଛନ୍ତି। ଏହି ଆଟଲାସ ଦ୍ବାରା ରାଜ୍ୟର ସ୍ବତନ୍ତ୍ର ବନ୍ୟ ବିପତ୍ତି ଅଞ୍ଚଳ ଗୁଡ଼ିକ ଚିହ୍ନଟ କରାଯାଇ ପାରିବ ଏବଂ ଏହାର ମୁକାବିଲା କରିବା ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତି କରାଯାଇପାରିବ ଏବଂ ବନ୍ୟା ପରିଚାଳନାରେ ଏହି ଆଟଲାସ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ଷ ୨୦୦୦-୨୦୧୮ ପର୍ୟ୍ୟନ୍ତ ଓଡ଼ିଶାରେ ହୋଇଥିବା ବନ୍ୟା ସଂପର୍କିତ ବିଭିନ୍ନ ତଥ୍ୟର ଅନୁଶୀଳନ କରାଯାଇ ଏହି ଆଟଲାସ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।
ସଚିବାଳୟରେ ବନ୍ୟା ବିପତ୍ତି ଆଟଲାସ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
Popular Categories



